ଦିଗପହଣ୍ଡିରେ ଧର୍ମଘଟ ପ୍ରଭାବରେ ଦୋକାନ ବଜାର ବନ୍ଦ , ପ୍ରତିବାଦ ସଭା

ଦିଗପହଣ୍ଡି,(ୱାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଡ଼ାକରା ଦିଆଯାଇଥିବା ଧର୍ମଘଟ ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ଥିବା ବେଳେ ସିପିଆଇ ସମର୍ଥିତ ଶ୍ରମିକ ସଙ୍ଗଠନ ଏ ଆଇ ଟି ୟୁ ସି , ସିପିଆଇ (ଏମ୍) ସମର୍ଥିତ ସି ଆଇ ଟି ୟୁ , କଂଗ୍ରେସ ସମର୍ଥିତ ଆଇ ଏନ୍ ଟି ୟୁ ସି ଶ୍ରମିକ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ମୁଖ୍ୟରାସ୍ତା ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ (ଏମ୍) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡଙ୍ଗୀ, ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ର, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ କୃଷକ ଶ୍ରମିକ ବିରୋଧୀ ଆଇନ ପ୍ରଣୟନ କୁ ତୀବ୍ର ସମାଲୋଚନା କରିଥିଲେ । ରେଳ ବିଭାଗ,ବିମାନ ବନ୍ଦର, କୋଇଲା ଖଣି, ଦେଶର ୪୧ ଟି ଗୋଳା ବାରୁଦ କାରଖାନା, ଏୟାର ଇଣ୍ଡିଆ, ବି.ଏସ.ଏନ୍.ଏଲ, ସଡ଼କ ପରିବହନ ସାଙ୍ଗକୁ ଜଳ,ବାୟୁ,ନଦୀ,ଜଙ୍ଗଲ ସବୁ କିଛି ଘରୋଇ କରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ସ୍ଥିର କରି ସାରିଛନ୍ତି । ଦେଶର ରାଷ୍ଟ୍ରାୟତ ଶିଳ୍ପ ଗୁଡ଼ିକର ସୁରକ୍ଷା, ଅର୍ଥନୈତିକ ସାର୍ବଭୌମତ୍ୱ, ଶ୍ରମିକ ମାନଙ୍କ ଅଧିକାରର ସୁରକ୍ଷା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରଦାମ ନିୟନ୍ତ୍ରଣ, କୃଷକ ମାନଙ୍କ ଜୀବନ ଜୀବିକାର ସୁରକ୍ଷା ସମେତ ଡାକ ବିଭାଗ କୁ ଦେଶୀ ବିଦେଶୀ ପୁଞ୍ଜିପତି ହାତକୁ ଟେକିଦେବା ପାଇଁ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ବିରୋଧରେ ଜନସାଧାରଣ ଏକତ୍ରିତ ହେବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ସିପିଆଇ (ଏମ୍) କାର୍ଯ୍ୟକର୍ତ୍ତା ଅଶ୍ଵିନୀ କୁମାର ଦାସ, କୁରେଶୁ ପଣ୍ଡା, ପି.ଶିବଶଙ୍କର,ସୁଦର୍ଶନ ରାଜୁ, ସିପିଆଇ ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର, ସମୀର ଚନ୍ଦ୍ର ମିଶ୍ର, ହରିକୃଷ୍ଣ ଗୌଡ, ପି. ଭିମାରାଓ, ସିମାଞ୍ଚଳ ଗୌଡ, ସ୍ଥାନୀୟ କଂଗ୍ରେସ କାର୍ଯ୍ୟକର୍ତ୍ତା ନୀଳକଣ୍ଠ ପଟ୍ଟନାୟକ, କେ.କୁନା, କେଶବ ରାଓ, ଭଗବାନ ସ୍ବାଇଁ , ଡମ୍ବରୁଧର ବେହେରା, ଶୁକ୍ରୁ ସେଠୀ, ୱାଇ. ରବି କୁମାର, ଶଙ୍କର ରାଓ, କୈଳାସ ରଣା ଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ