ବିଜେପିର ସମ୍ବିଧାନ ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ପଦାରୁଖା ଗ୍ରାମରେ ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତି କୈଳାଶ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ ଉପସ୍ଥିତ ହୋଇ ବାବା ସାହେବଙ୍କ ସଂଘର୍ଷମୟ ଜୀବନ ସହ ସମ୍ବିଧାନର ମହାନତା ଉପରେ ଆଲୋକପାତ କରିଥିଲେ । ଏଥିରେ ସୁଶାନ୍ତ ଜେନା, ଜଗନ୍ନାଥ ସ୍ୱାଇଁ, ଅକ୍ଷୟ ନାୟକ, ନିତ୍ୟାନନ୍ଦ ପ୍ରଧାନ, ମାଧବୀଲତା ରାଉତ, ଦୀପକ ଜେନା, କୃଷ୍ଣ ଚନ୍ଦ୍ର ଜେନା, ଦିଲ୍ଲିପ ଜେନା, ଅବିନାଶ ସ୍ୱାଇଇ, ବିଜୟ ରାଉତ, ରବିନ୍ଦ୍ର ଜେନା, ନାରାୟଣ ଜେନା, ନାରାୟଣ ସାହୁ, ସୁରେଶ ନାୟକ, ସ୍ମୃତିରଞ୍ଜନ ବେହେରା, ଗୌରାବ ସାହୁ, ହରିହର ଜେନା, ସନ୍ତୋଷ ଘଡେଇ, ଅବିନାଶ ନାୟକ, ପ୍ରଦୀପ ସ୍ୱାଇଁ, ଲକ୍ଷ୍ମଣ ବେସ୍ରା, ଗୋବିନ୍ଦ ମୁର୍ମୁ, ମନୋରମା ରାଉତ, ବାସନ୍ତୀ ଜେନା, ଶାନ୍ତିଲତା ଜେନା, ପଦ୍ମାବତୀ ରାଉତ, ଶେଷଦେବ ଘଡେଇ, ବୃନ୍ଦାବନ ଘଡେଇ, ଗୌରହରି ଜେନା, ଗୋଲେଖ ଜେନା, ପୁନ ନାଇକ, ଦୋଳଗୋବିନ୍ଦ ନାଇକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ଶାଳଣିଆଁ ମଣ୍ଡଳର ମତାବାଜ ଠାରେ ମଧ୍ୟ ସଭାପତି ବଳଭଦ୍ର ବାରିକଙ୍କ ସଂଯୋଜନାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ