ଡିସେମ୍ବର ପହିଲାରେ ଆଦିତ୍ୟଙ୍କ ବିବାହ

ନୂଆଦିଲ୍ଲୀ: ୧୧ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ଶ୍ୱେତା ଅଗ୍ରୱାଲ। ଆସନ୍ତା ୧ ତାରିଖ ଦିନ ବିବାହ କରିବେ ଆଦିତ୍ୟ। କରୋନା କଟକଣା ଯୋଗୁଁ କେବଳ ୫୦ଜଣ ଘନିଷ୍ଠ ଲୋକଙ୍କୁ ନେଇ ମନ୍ଦିରରେ ତାଙ୍କ ବିବାହ ସମ୍ପନ୍ନ ହେବ। ଆଦିତ୍ୟ କହିଛନ୍ତି, ତାଙ୍କ ବିବାହ ଉତ୍ସବ ଅତି ସାଧାରଣରେ ସଂପନ୍ନ ହେବ। ବିବାହରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। କେବଳ ଘର ଲୋକ, ସାଙ୍ଗ, ସମ୍ପର୍କୀୟ ଓ ସଙ୍ଗୀତ ଦୁନିଆର ଘନିଷ୍ଠ ସହଯୋଗୀମାନେ ଯୋଗ ଦେବେ। ଚଳିତ ବର୍ଷ ଅକ୍ଟୋବରରେ ଶ୍ବେତାଙ୍କ ସହ ନିଜ ସମ୍ପର୍କକୁ ଆଦିତ୍ୟ ସାର୍ବଜୀବନ କରିଥିଲେ। ଆଜି ଇନ୍‌ଷ୍ଟାଗ୍ରାମ୍‌ରେ ଭାବିପତ୍ନୀ ଶ୍ବେତାଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, ଆମେ ବିବାହ କରିବାକୁ ଯାଉଛୁ। ୧୧ ବର୍ଷ ପୂର୍ବେ ମୁଁ ଶ୍ବେତାଙ୍କୁ ଖୋଜି ପାଇବାରେ ସଫଳ ହୋଇଥିଲି। ତାଙ୍କୁ ଜୀବନସାଥୀ ରୂପେ ପାଇବା ମୋ ସୌଭାଗ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ