ଏସ୍‌ୟୁଜେ, ଜଗତସିଂହପୁର ଜିଲ୍ଲା ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା

ପାରାଦ୍ୱୀପ,(ପୀତବାସ ପ୍ରଧାନ): ସମ୍ପ୍ରତି ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ତଥା ସାମ୍ବାଦିକ ମାନଙ୍କ ଉନ୍ନତି ନିମନ୍ତେ ସଂଗ୍ରମା ଜାରି ରଖିଛି । ଷ୍ଟେଟ୍ ୟୁନିୟନ ଅଫ୍ ଜର୍ନାଲିଷ୍ଟ (ଏସ୍‌.ୟୁ.ଜେ) ଚଳିତ ବର୍ଷ ଜାନୀୟାରୀ ମାସ ସାମ୍ବାଦିକ ମାନଙ୍କ ଉନ୍ନତି ନିମନ୍ତେ ୧୨ଦଫା ଦାବିପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଗତ ଗୁରୁବାର ଦିନ ରାଜ୍ୟ ସରକାର ତନ୍ମଧ୍ୟରୁ ୮ଗୋଟି ଦାବି ପୂରଣ କରି ବିଧିବଧ ଭାବେ ଘୋଷଣା କରିଛନ୍ତି । ରାଜ୍ୟ ସଭାପତି ଅଜୟ ସାହୁ, ସାଧାରଣ ସମ୍ପାଦକ କୌଳାଶ ଚନ୍ଦ୍ର ନାୟକ, ରାଜ୍ୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଗଗନ ବିହାରି ସାହୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ପରେ ଶୁକ୍ରବାର ଦିନ ଏସ୍‌.ୟୁ.ଜେ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ କୃତଜ୍ଞତା ପର୍ବ ପାରାଦ୍ୱୀପ ଠାରେ ଆୟୋଜିତ ହୋଇଥିଲା । ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ଏହି କୃତଜ୍ଞତା ପ୍ରର୍ବରେ ସଭାପତିତ୍ୱ କରିଥିଲେ । ଜିଲ୍ଲା ସମ୍ପାଦକ ସଞ୍ଜୟ କୁମାର ମିଶ୍ର ରାଜ୍ୟ ସରକାର ଘୋଷଣା କରିଥିବା ୮ଗୋଟି ଘୋଷଣା ସମ୍ପର୍କରେ ସୂଚନା ଦେଇଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ଟି ସଚିବ ଭି.କେ.ପାଣ୍ଡିଆନ, ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ, ରାଜ୍ୟ ସରାକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇଥିଲେ । ଏସ୍‌.ୟୁ.ଜେ ରାଜ୍ୟ ସଭାପତି, ସହ ସମ୍ପାଦକ ଓ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ । ଏହି ପର୍ବରେ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଗଗନ ବିହାରୀ ସାହୁ , ଜିଲ୍ଲା ଉପଦେଷ୍ଟା ଶଶାଙ୍କ ଶେଖର ଆଚାର୍ଯ୍ୟ, ସବିତା ମହାପାତ୍ର, ପ୍ରଶାନ୍ତ କୁମାର ରାଉତ, ରତ୍ନାକର ଜେନା, ଜିଲ୍ଲା ସହ ସମ୍ପାଦକ ପୁରୁଷୋତ୍ତମ ଶତପଥି, କୋଷାଧ୍ୟକ୍ଷ ଜଗନ୍ନାଥ ଶତପଥି, ଦୀପକ ଦାସ, ଜଗବନ୍ଧୁ ସ୍ୱାଇଁଙ୍କ ସମେତ ବହୁ କାର୍ଯ୍ୟରତ ସାମ୍ବାଦିକ ଏହି କୃତଜ୍ଞତା ପର୍ବରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ