ଶେଷ ହେଲା ବିଧାନସଭା

ଭୁବନେଶ୍ୱର,(ୱାଇଏନ୍ଏସ୍): ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରବିବାରଦିନ ରାଜ୍ୟ ବିଧାନସଭାରେ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ଗୃହୀତ ହୋଇଯାଇଛି । ତେବେ ଏହି ବିଲ୍ ଗୃହୀତ ହେବା ପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି । ଫଳରେ ମାତ୍ର ୧୦ ଦିନ ଚାଲିବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଯାଇଛି । ଗତ ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା ଓ ତାହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା ।  ଫଳରେ ୩୦ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ବନ୍ଦ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ