ସର୍ଭଫର ପିପୁଲ ପକ୍ଷରୁ ଜ୍ୟାକେଟ ବଣ୍ଟନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସମାଜରେ ବସବାସ କରୁଥିବା କିଛି ମଣିଷ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରାସ୍ତାଘାଟରେ ବୁଲି ବୁଲି ଭିକ୍ଷା କରୁଥିବାବେଳେ ସେମାନଙ୍କୁ ନିୟମିତ ଦୁଇମୁଠା ଖାଇବାକୁ ମଧ୍ୟ ଅନେକ ସମୟରେ ମିଳିପାରୁନି । ଏପରିସ୍ଥଳେ ସେମାନଙ୍କ ରବିହା ଓ ପିନ୍ଧିବା କଥା ପଚାରେ କିଏ ।ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଯାଇଥିବାରୁ ଶୀତର ପ୍ରକୋପ ମଧ୍ୟ ଧିରେ ଧିରେ ବୃଦ୍ଧିପାଇଲାଣି । ଏହାକୁ ଆଖି ଆଗରେ ରଖି କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସର୍ଭଫର ପିପୁଲ ପକ୍ଷରୁ ଦିଲ୍ଲୀ ଏନ.ସି.ଆର କୁନି କୁନି ପିଲାମାନଙ୍କୁ ଜଳଖିଆ ଓ ଶୀତରୁ ବର୍ତ୍ତିବା ଲାଗି ଜ୍ୟାକେଟ ପ୍ରଦାନ କରିଛନ୍ତି । ଏଥିରେ ସର୍ଭଫର ପିପୁଲର ସଭାପତି ଚନ୍ଦ୍ରମୌଳି ମହାନ୍ତି, ଶିକ୍ଷାବିତ ଅକ୍ଷୟ ଓଝା, ବାୟୁସେନା ଅଧିକାରୀ ସଞ୍ଜୟ ମିଶ୍ର, ରଞ୍ଜନ ପାଣି, ପୁର୍ଣ୍ଣଚନ୍ଦ୍ର ଜେନା, ରତ୍ନାକର ବେହେରା, ସନ୍ତୋଷ ଦାସ, ଜିତେନ୍ଦ୍ର ନାୟକ, ସୁରେନ୍ଦ୍ର ବିଶ୍ୱାଳ, ମାଳନ୍ଦୀ ବାରିକ, ରବିନ କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ