ସ୍ୱଚ୍ଛ ଭାରତ ଅଭିଯାନରେ ପ୍ଲାଷ୍ଟିକି ଓ ଜରୀ ସଫେଇ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକ ଗଂଗଦାହାଟସ୍ଥିତ ଶ୍ରୀ ଅଚ୍ଚ୍ୟୁତ ଇଂରାଜୀ ମିଡିୟମ ସ୍କୁଲ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମ ସ୍କୁଲ ପରିସରରୁ ଆରମ୍ଭ କରାଯାଇ ଗଂଗଦାହାଟ,ଡେରିକିସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ,ରାଜସ୍ୱ କାର୍ଯ୍ୟାଳୟ, ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଆଦିକୁ ସଫେଇ କରାଯିବ ସହିତ ପ୍ଲାଷ୍ଟିକି ଓ ଜରୀ ଗୋଟା ଯାଇ ବ୍ୟର୍ଜବସ୍ତୁ ସରଂକ୍ଷଣ ସ୍ଥାନରେ ରଖାଯାଇଥିଲା । ପରେ ରାସ୍ତାର ଉଭୟ ପାଶ୍ୱର୍ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ଲିଚିଙ୍ଗି ପାଉଡର ପକାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ପୁଷ୍ପଲତା ଜେନା, କୋଷାଦ୍ଧ୍ୟକ୍ଷ ଗୀତାଂଜଳୀ ସ୍ୱାଇଁ, ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।


