ଚୋରା ଡିଜେଲବେପାରୀଙ୍କ ମରଣାନ୍ତଙ୍କ ଆକ୍ରମଣ ମାମଲାରେ ମାର୍ଶାଘାଇ ଥାନା ପୋଲିସର ଉଦାସୀନତା ବିରୋଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅଂଚଳର ଜନୈକ ଚୋରା ଡିଜେଲ ବେପାରୀଙ୍କ ଦ୍ୱାରା ଗୋଟିଏ ପରିବାରର ସଦସ୍ୟମାନଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ ପରେବି ପୋଲିସର ଉଦାସୀନତା ବିରୋଧରେ ଆଜି ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରାଯାଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ମାର୍ଶାଘାଇ ଥାନା ଅନ୍ତର୍ଗତ ମହାନଙ୍ଗଳା ଗ୍ରାମର ପ୍ରସାଦ ଚୈାଧୁରୀଙ୍କ ପତ୍ନୀ ସତ୍ୟଭାମା ଚୈାଧୁରୀ ଅଭିଯୋଗ କରିଛନ୍ତି ଯେ ମାର୍ଶାଘାଇ ଅଂଚଳର ଚୋରା ଡିଜେଲ ଓ ମଦ ବେପାରୀ ପ୍ରମୋଦ ଚୈାଧୁରୀ ଓରଫ ବାବୁ ଏବଂ ଅନ୍ୟମାନେ ଗତ ନଭେମ୍ବରମାସ ୨୯ ତାରିଖ ରାତିରେ ସତ୍ୟଭାମାଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ସତ୍ୟଭାମାଙ୍କ ପିନ୍ଧା ଶାଢୀ ଓ ବ୍ଲାଉଜ ଚିରିଦେଇ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଲେ । ଏସମ୍ପର୍କରେ ସତ୍ୟଭାମା ଗତ ନଭେମ୍ବରମାସ ୩୦ତାରିଖରେ ମାର୍ଶାଘାଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଥାନାରୁ ଖବର ଦିଆଗଲା ବୁଧବାର ଥାନାକୁ ଆସିବାକୁ । କିନ୍ତୁ ଗତ ମଙ୍ଗଳବାର ସନ୍ଧ୍ୟାରେ ପୁନର୍ବାର ଅଭିଯୁକ୍ତମାନେ ସତ୍ୟଭାମାଙ୍କ ସ୍ୱାମୀଙ୍କୁ ସର୍ବ ସମ୍ମୁଖରେ ରାସ୍ତାରେ ଘୋଷାଡି ଘୋଷାଡି ମରଣାନ୍ତଙ୍କ ଆକ୍ରମଣ କଲେ । ଏଥିସହିତ ସତ୍ୟଭାମାଙ୍କ ସହ ଯୋରଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିବାରେ ସେ ଘର ଭିତରେ ପଶି କବାଟ ବନ୍ଦ କରିଦେବାରୁ ରକ୍ଷା ପାଇଯାଇଥିବା ଅଭିଯୋଗ କରିଛନ୍ତି । ସତ୍ୟଭାମାଙ୍କ ଚିତ୍କାର ଶୁଣି ପାଖ ପଡୋଶୀଲୋକମାନେ ଆସିଯିବାରୁ ଅଭିଯୁକ୍ତମାନେ ସେଠାରୁ ପଳାଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣେ ଚୋରା ଡିଜେଲ ଓ ଚୋରା ମଦ ବେପାରୀ ହୋଇଥିବା ବେଳେ ଏବଂ ମହାକାଳପଡା ବିଧାୟକଙ୍କ ପାଖ ଲୋକ ହୋଇଥିବାରୁ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ସତ୍ୟଭାମା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ