ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି,(ତାରିିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ ପ୍ରାଥମିକ ବିଦ୍ୟାଳୟ ଠାରେ ୪ଜଣ ଶିକ୍ଷକ ଓ ୨ଜଣ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗଦଇ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କ ଭୂମିକା କେତେ ମହତପୂର୍ଣ୍ଣ ସେ ବିଷୟରେ ବୁଝାଇଥିଲେ । ରାଜ୍ୟର ଶିକ୍ଷାନିତୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ପରାମର୍ଶ ତଥା ସେମାନଙ୍କର ଭବିଷ୍ୟତ ନିର୍ମାଣରେ ଶିକ୍ଷକମାନଙ୍କ ଭୂମିକା ବିଷୟରେ ସେ ବିସ୍ତୃତ ଭାବେ ବୁଝାଇଥିଲେ । ଏହି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଭିନ୍ନ ସମୟରେ ଅବସର ନେଇଥିଲେ ମଧ୍ୟ ଏମାନଙ୍କୁ ଏକ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେମାନେ ହେଲେ କୃଷ୍ଣ ଚନ୍ଦ୍ର ବେହେରା, ଏସ୍‌.ବି. ରାଓ, ଦ୍ୱାରିକା ପାଳ, ଏନ୍‌.ନାୟକ, ଜ୍ୟୋତି ପ୍ରଭା ଦେବୀ, ବିଷ୍ଣୁ ପ୍ରିୟା ରଥ ପ୍ରମୁଖ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍‌.ତିରୁପତି, ଶାନ୍ତନୁ କୁମାର ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ