ଖଣି ନିଗମ କର୍ମଚାରୀଙ୍କ ଶୋଚନୀୟ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ଭାଟଣା ଗ୍ରାମର ଜଣେ ଖଣିନିଗମ କର୍ମଚାରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାଯାଇଛି । ଗ୍ରାମର ଶ୍ୟାମ ସୁନ୍ଦର ଅରଖ ବଉଳା ମାଇନିଂରେ ଚାକିରୀ କରିଥିବାବେଳେ ଗତ ବୁଧବାର ଦିନ ଘରକୁ ଆସିଥିଲେ । ସରସଦା ମେଡିକାଲ ନିକଟରେ ତାଙ୍କର ଏକ ନୂତନ ବାସଗୃହ ନିର୍ମାଣ ହେଉଥିବାବେଳେ ସେଠାରେ ସେ ଏକାକୀ ରାତ୍ରୀ ଯାପନ କରିଥିଲେ । ଗୁରୁବାର ସକାଳୁ ଝାଡା, ବାନ୍ତି ସହିତ ଓ ସଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ ଲୋକେ ନୂତନ ଗୃହରୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ୨୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି । ସ୍ୱର୍ଗତ ଅରଖ ଜଣେ ମିଷ୍ଟଭାସୀ ଓ ମେଳାପୀ ସ୍ୱଭାବର ହୋଇଥିବାବେଳେ ତାଙ୍କର ଅକାଳ ମୃତ୍ୟୁ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ