କର୍ପୋରେଟ୍ ସପକ୍ଷବାଦୀ ତିନୋଟି କୃଷିଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲକୁ ରଦ୍ଦ କରିବା ଦାବୀରେ କୃଷକମାନଙ୍କ ୮ ଡିସେମ୍ବରରେ ଭାରତ ବନ୍ଦ ଡାକରାକୁ IFTU ର ସମର୍ଥନ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):ଇଣ୍ଡିଆନ ଫେଡେରେସନ୍ ଅଫ୍ ଟ୍ରେଡ ୟୁନିଅନ (IFTU)ର ଜାତୀୟ କମିଟି ଆସନ୍ତା ୮ ଡିସେମ୍ବରରେ କୃଷକମାନେ ଦେଇଥିବା “ଭାରତ ବନ୍ଦ” ଡାକରାକୁ ସମ୍ପୂର୍ଣ୍ଣ ସମର୍ଥନ କରିବା ସହ ବନ୍ଦରେ ସାମିଲ ହେବାକୁ ଶ୍ରମିକ ଓ କର୍ମଚାରୀଙ୍କୁ ଆହ୍ୱାନ ଜଣାଇଛି Iକର୍ପୋରେଟଙ୍କ ସ୍ଵାର୍ଥରେ ମୋଦି ସରକାର ଆଣିଥିବା ୩ ଟି କୃଷି ଆଇନ ଏବଂ ବିଦ୍ୟୁତ୍ ବିଲ କୃଷକ ବିରୋଧୀ ଏବଂ କରୋନା ମହାମାରୀ ଓ ଲକଡାଉନର ସୁଯୋଗ ନେଇ ସରକାର ଏହାକୁ ଅତ୍ୟନ୍ତ ଅଗଣତାନ୍ତ୍ରୀକ ଭାବେ କୃଷକଙ୍କ ଉପରେ ଲଦି ଦେଇଛନ୍ତି |IFTU କେନ୍ଦ୍ରର ମୋଦି ସରକାରର କୃଷକ ବିରୋଧୀ ନୀତି ଓ ସମ୍ଵେଦନହୀନତାକୁ ନିନ୍ଦା କରୁଛି । ନିଜର ଜୀବିକାକୁ ବଂଚାଇବାକୁ ମାସ ମାସ ଧରି ପ୍ରତିବାଦ କରୁଥିବା କୃଷକଙ୍କ ଦାବି ପ୍ରତି ଧ୍ୟାନ ଦେବାରେ କେବଳ ବିଫଳ ହୋଇନାହିଁ ବରଂ ପ୍ରବଳ ଥଣ୍ଡା ସମୟରେ ଦିଲ୍ଲୀ ସୀମାରେ ବସିଥିବା ଲକ୍ଷ ଲକ୍ଷ କୃଷକଙ୍କ ଜୀବନ ପ୍ରତି ଅତ୍ୟନ୍ତ ସମ୍ଵେଦନହୀନତା ପ୍ରଦର୍ଶନ କରିଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ନିଜର ଦାବି ଉପସ୍ଥାପିତ କରିବା ପାଇଁ ଦିଲ୍ଲୀ ଯାଉଥିବା ଲକ୍ଷ ଲକ୍ଷ କୃଷକଙ୍କ ଉପରେ ଲାଠି, ପାଣି ମାଡ ଓ ଲୁହବୁହା ଗ୍ୟାସ ଦ୍ୱାରା ଆକ୍ରମଣ କରି ରୋକିବାକୁ ଚେଷ୍ଟା କରିଛି |ଏହି କୃଷି ଆଇନ ଠିକା ଚାଷ ନାଁରେ ଦେଶୀବିଦେଶୀ କର୍ପୋରେଟଙ୍କ ହାତରେ କୃଷି ଜମିକୁ ଟେକିବା ସହିତ କୃଷକମାନଙ୍କୁ ଜମି ଓ କୃଷିରୁ ବିସ୍ଥାପିତ କରିଦେବ | କର୍ପୋରେଟ୍ ପୁଞ୍ଜିର ସ୍ଵାର୍ଥରେ କେନ୍ଦ୍ର ସରକାର ଇତି ମଧ୍ୟରେ ଶ୍ରମିକ ବିରୋଧୀ ଯେଉଁ ଶ୍ରମକୋଡ଼ ଆଣିଛନ୍ତି ତାହା ଶ୍ରମିକମାନଙ୍କୁ ଅଧିକାର ହୀନ କରିବା ସହ ଶ୍ରମିକମାନଙ୍କୁ ମନ ଇଚ୍ଛା ଲୁଟିବାକୁ ପୁଞ୍ଜିପତ୍ତିମାନଙ୍କୁ ଅବାଧ ସୁଯୋଗ ପ୍ରଦାନ କରୁଛି । ଏହା ବିରୁଦ୍ଧରେ ୨୬ ନଭେମ୍ବରରେ ଶ୍ରମିକମାନେ ସାରା ଦେଶରେ ସଫଳତାର ସହ ବନ୍ଦ ପାଳନ କରିଥିଲେ ।ସରକାର କୃଷକମାନଙ୍କ ଦାବି ମୁତାବକ ତୁରନ୍ତ ଏହି ତିନୋଟି କୃଷି ଆଇନ ଏବଂ ବିଦ୍ୟୁତ୍ ବିଲ୍ ରଦ୍ଦ କରିବାକୁ ଆମେ ଇଫଟୁ ରାଜ୍ୟ କମିଟି ପକ୍ଷରୁ ଦାବି କରୁଛୁ | ଆଠ ଡିସେମ୍ବର “ଭାରତବନ୍ଦ”କୁ ସମ୍ପୂର୍ଣ ସମର୍ଥନ କରି ଆଇଏଫଟିୟ (IFTU) ରାଜ୍ୟ କମିଟି ତା ସହ ସଂଲଗ୍ନ ସମସ୍ତ ସଂଗଠନକୁ ବନ୍ଦ ସମର୍ଥନରେ କୃଷକ ସଙ୍ଗଠନମାନଙ୍କ ସହ ସହଯୋଗ କରି ତାକୁ ସଫଳ କରିବାକୁ ଡାକରା ଦେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ