ଗଂଜାମ ପୁଲିସ ପକ୍ଷରୁ ୫୮ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ସ୍ଥିତ ପୋଲିସ ପଡିଆ ଠାରେ ୫୮ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଂଜାମ ଏସପିି ବ୍ରିଜେଶ କୁମାର ରାଏ ଯୋଗଦାନ କରି ସମ୍ମିଳୀତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥଲେ । ନିଜ ଭାଷଣରେ ଶ୍ରୀ ରାଏ ଗୃହରକ୍ଷୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦନ କରି ଲୋକଙ୍କ ସେବାକରିଥିବାରୁ ସେମାନଙ୍କୁ ପ୍ରଶଂସାକରିଥିଲେ । ଅ ଚଳିତ ବର୍ଷ କରୋନା ମହାମାରୀର ପ୍ରକୋପରେ ସାରା ବିଶ୍ୱ ସଂକ୍ରମିତ ହୋଇଅଛି । ଏହି ଘଡିସନ୍ଦି ସମୟରେ ଗୃହରକ୍ଷୀ ମାନେ ନିଜ ଜୀବନକୁ ପାଣି ଛଡାଇ, ଜନସାଧାରଣଙ୍କ ସେବା କରିଛନ୍ତି । ଗୃହରକ୍ଷୀ ମାନେ ପୋଲିସ ବିଭାଗର ଏକ ଅଙ୍ଗ । ଗଂଜାମ ପୋଲିସ ଜିଲ୍ଲାର ଗୃହରକ୍ଷୀ ମାନେ ପୋଲିସ ସହ କାନ୍ଧରେ କାନ୍ଧ ମିଶାଇ ଆଗଧାଡିର କରୋନା ଯୋଦ୍ଧା ରୂପେ କାମକରୁଥିବା ବେଳେ ୪୯ଜଣ ଗୃହରକ୍ଷୀ କରୋନାରେ ସଂକ୍ରମିତ ହୋଇଥିଲେ । ସେମାନେ ସୁସ୍ଥ ହୋଇ ପୁଣି ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି । ତାରାଶିଙ୍ଗୀ ଥାନାର ଗୃହରକ୍ଷୀ ସତ୍ୟ ନାରାୟଣ ସେଠୀ କରୋନା ସଂକ୍ରମିତ ହୋଇ ଗତ ୨୯.୭.୨୦୨୦ତାରିଖରେ ପ୍ରାଣ ତ୍ୟାଗ କରିଛନ୍ତି ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଥିଲେ । ଏସପି ଶ୍ରୀ ରାଏ ଗୁହରକ୍ଷୀ ଙ୍କ ପାଇଁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, କେନ୍ଦ୍ର ଗୃହ ନିର୍ଦ୍ଦେଶକ ,ଓଡିଶାର ମହାମହିମା ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀ ଙ୍କ ବାର୍ତ୍ତା କୁ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଓ ଅଶୋକ କୁାମର ମହାନ୍ତି, ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଡିଏସପି ହେଡକ୍ୱାଟର ଉତ୍କଳ କେଶରୀ ଦାସ, ଡିଏସପି ସାମୁଏଲ ପ୍ରଧାନ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି, , ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ସର୍ଜେଣ୍ଟ ସଂଜୟ ବାରିକ ଓ ବିବେକାନନ୍ଦ ନାୟକ, ହୋମଗାର୍ଡ ଡିଏସଆଇ ଲକ୍ଷ୍ମୀକାନ୍ତ ସେଠୀ, ଏସପିଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଟୁକୁ ବିଷୋୟୀ ଓ ହିସାବ ରକ୍ଷକ ଏ.ରାବଣା ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗୃହରକ୍ଷୀ ଏସ୍‌.ପର୍ଶୁରାମ ରେଡ୍ଡୀ ପ୍ୟାରେଡ୍ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ