ଗୁହାଳ ଘରେ ଅଗ୍ନିକାଣ୍ଡ ପରିବାରକୁ କ୍ଷତି ପୁରଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ତହସିଲ ଅନ୍ତର୍ଗତ ରୋହିଆ ପଂଚାୟତ ପାଂଚପା ଗ୍ରାମର ନରେନ୍ଦ୍ର ପରିଡା, ଗଣେଶ ପରିଡା ଓ ରମେଶ ପରିଡାଙ୍କ ଗୁହାଳରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଗୁହାଳ ସମେତ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହେବା ସହିତ ୯ଟି ଗାଈ ବାଛୁରୀ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ରହିଥିବା ଜଣାଯାଇଛି । ଗୁହାଳେ କିପରି ନିଆଁ ଲାଗିଲା ସେ ବିଷୟରେ ଜଣା ପଡି ନଥିବା ବେଳେ ବାସଗୃହ ସମ୍ମୁଖରେ ଗୁହାଳ ଘର ଥିବା ବେଳେ ନିଆଁ ଲାଗିବା ବଳେ ପଡିଶା ଘର ଲୋକ ଦେଖି ଡାକିଥିଲେ । ନିଆଁ ଲାଗିବା ପରେ ନରେନ୍ଦ୍ର ପରିଡାଙ୍କ ୫୦ହଜାର ଟଙ୍କାର ଏକ ଦୁଧିଆଳି ଗାଈ ପୋଡି ମରିଯାଇଥିଲା । ଅନ୍ୟ ଦୁଇ ଭାଇଙ୍କର ଗାଈ ବାଛୁରୀ ମିଶି ୯ଟି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଅଳ୍ପକେ ବର୍ତି ଯାଇଥିଲେ । ପରିବାର ପକ୍ଷରୁ ନାଉଗାଁ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦମକଳ ଗାଡି ଯାଇ ନିଆଁକୁ ଆୟତ କରିଥିଲେ । ନିଆଁ ଆୟତ କରିବା ବେଳକୁ ଗୁହାଳ ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ଏପରିକି ଗାଈଙ୍କ ପାଇଁ ଗଚ୍ଛିତ ରଖିଥିବା ଖାଦ୍ୟ ଶୁଖିଲା ନଡା ଆଦସି ପୋଡି ପାଉଁଶ ହୋଇଯାଇଛି । କରୋନା ସମୟରେ ସମସ୍ତଙ୍କର ଜୀବନ ଜୀବିକା ଦୁର୍ବି ସହ ହୋଇ ପଡିଥିବା ବେଳଏ ଉକ୍ତ ୩ ଭାଇ ଗାଈ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏପରି ଏକ ଆକସ୍ମିକ ଦୁର୍ଘଟଣାରେ ଉକ୍ତ ୩ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମର ଅଶୋକ କୁମାର ସ୍ୱାଇଁ, ରୋହିଆ ପଂଚାୟତର ସଭ୍ୟ ପଦ୍ମଚରଣ ରାଉତ, ସରପଂଚ ଶିବ ପ୍ରସାଦ ନାୟକ, ସମାଜସେବୀ କମଳଲୋଚନ ମହାନ୍ତି, ବାସୁଦେବ ପରିଡା ଆଦି ପ୍ରଶାସନ ନିକଟରେ ଦାବି କରିଛନ୍ତି । ଅଗ୍ନିକାଣ୍ଡରେ ଆହତ ହୋଇଥିବା ଗାଈ ଓ ବାଛୁରୀଙ୍କୁ ପଶୁ ଚିକିତ୍ସାଳୟ ପକ୍ଷରୁ ଗୋମିତ୍ର ଯାଇ ଚିକିତ୍ସା କରିଥିବା ଜଣାଯାଇଛି । ସେହିପରି ନାଉଗାଁ ରାଜସ୍ୱ ନିରୀକ୍ଷକ ପ୍ରଭାସ ସ୍ୱାଇଁ ଯାଇ କ୍ଷୟକ୍ଷତିର ଆକଳନ କରି ଫେରିଥିବା ଜଣାଯାଇଛି । କ୍ଷୟକ୍ଷତିର ଆକଳନର ରିପୋର୍ଟ ପ୍ରଦାନ ପରେ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ତହସିଲଦାର ଜେ.କଳ୍ପନା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ