ଉକ୍ରଳ ସମ୍ମିଳନୀ ପକ୍ଷରୁ କବିବର ରାଧାନାଥ ଜୟନ୍ତୀ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନୁୂ୍ୟଜ୍) : ଆଧୁନିକ ଓଡିଆ ସାହିତ୍ୟର ସେନାପତି କବିବର ରାଧାନାଥ ରାୟଙ୍କ ୧୭୨ତମ ଜୟନ୍ତୀ ସ୍ଥାନୀୟ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଧାନାଥ ରାୟ ଥିଲେ ଓଡିଆ ଭାଷା ସାହିତ୍ୟ ଓ ମୃତବତ୍ ଜାତୀୟ ଜୀବନରେ ପ୍ରାଣ ସଂଚାର କରିବାର ପ୍ରଣମ୍ୟ ପୁରୁଷ । ତାଙ୍କର ବିପୁଳ ସାହିତ୍ୟ ସୃଷ୍ଟି ମାଧ୍ୟମରେ ଓଡିଆ ଜାତିକୁ ପୁନରୁତ୍ଥିତ କରିଥିବା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ସୁଦୃଢ ଭିତି ସ୍ଥାପନ କରିଥିବା କାରଣରୁ କବିବର ଓଡିଆ ଙ୍କ ନିକଟରେ ସର୍ବଦା ମନେ ରହିବେ ବୋଲି ଉକ୍ରଳ ସମ୍ମିଳନୀ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ୧୭୨ ତମ ରାଧାନାଥ ଜୟନ୍ତୀ ତଥା କେନ୍ଦ୍ରାପଡା ଜିଲ୍ଲା ଶାଖାର ୨୪ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଯୋଗଦେଇ ମୁଖ୍ୟ ଅତିଥି ଉକ୍ରଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ଉପସଭାପତି ବିଚିତ୍ରାନନ୍ଦ ସାହୁ ମତବ୍ୟକ୍ତ କରିଛନ୍ତି । ସଂଗଠନର ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ନିକୁଞ୍ଜ ରାଉତରାୟ ମୁଖ୍ୟବକ୍ତା ଏବଂ ଭୁବନେଶ୍ୱର ଜିଲ୍ଲା ଶାଖାର ସଭାପତି ବିଭୂତି ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡିଆ ଭାଷାର ସମୃଦ୍ଧି ଓ ଭାଷା ଭିତିକ ରାଜ୍ୟ ଗଠନରେ ଉକ୍ରଳ ସମ୍ମିଳନୀର ଗାରିମାମୟ ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ଶାଖାର ସମ୍ପାଦକ ଡଃ. ବାସୁଦେବ ଦାସ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଆଦିକନ୍ଦ ରାଉଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଓ ଗାୟକ ଗୋଲକ ସେଠୀ ଉଦ୍ଘାଟନୀ ସଂଗୀତ ଗାନ କରିଥିଲେ । ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି ଆଇନଜୀବି ଧ୍ରୁବ ଚରଣ ଜେନା, ଆଡ୍ଭୋକେଟ୍ ଧରଣୀଧର ସୁଆର, ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ, ରବିନ୍ଦ୍ର ନାଥ କର, ଶୁଭାଂଶୁ କୁମାର ଦାସ, ନୃସିଂହ ତ୍ରିପାଠୀ, ଦିବାକର ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାସ ପାତ୍ର, ଅଶୋକ କୁମାର ସାହୁ, ନିକେତନ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବିଚିତ୍ରାନନ୍ଦ ନାୟକ, ମନୋରଂଜନ ବେହେରା, ବିଭୂତି ରଞ୍ଜନ ରାଉତ, ମଧୁସୂଦନ ଗେରୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ