ଛୋଟ ଗାଡିଆରେ ମାଛ ଯାଆଁଳ ଚାଷ ସମ୍ପର୍କୀତ ପ୍ରଶିକ୍ଷଣ ଶିବିର
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଛୋଟ ଛୋଟ ଗାଡିଆରେ ମାଛ ଯାଆଁଳ ଚାଷ ସମ୍ପର୍କୀତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଜ୍ଞାନୀ ଡକ୍ଟର ଅମ୍ବିକା ପ୍ରସାଦ ନାୟକ ଯୋଗ ଦେଇ ବାଡି ଅଗଣାରେ କୁଣ୍ଡ ତିଆରି କରି ସେଥିରେ କିପରି ମୂଲ୍ୟଯୁକ୍ତ ମାଛ ଯାଆଁଳ ଉତ୍ପାଦିତ କରାଯାଇ ପାରିବ ସେ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଭଦ୍ରକ ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ତଥା ସ୍ୱେଚ୍ଛାସେବୀ ନାରାୟଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ସହକାରୀ ବ୍ଲକ ମତ୍ସ୍ୟ ଅଧିକାରୀ ଶୁଭସ୍ମିତା ଘଡେଇ ଯୋଗ ଦେଇ ମତ୍ସ୍ୟ ଚାଷ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୫ ଜଣ କୃଷିଜୀବି ମହିଳା ଓ ଯୁବ କୃଷକ ଅଂଶ ଗ୍ରହଣ କରିଥିଲେ ।


