ବିନା ଫୋଟୋ ପ୍ରମାଣ ପତ୍ରରେ ଚାଲିଛି ହୋଟେଲ ଫାଷ୍ଟଫୁଡ଼ ଦୋକାନ

ମୋହନା,(ଅଂଶୁମାନ ପଣ୍ଡା): ରାଜ୍ୟରେ ଗାଁ ଠାରୁ ସହର ପ୍ରଯନ୍ତ ହଜାର ହଜାର ଉଠା ଦୋକାନୀ ଓ ହୋଟେଲ ଫାଷ୍ଟଫୁଡ଼ ଦୋକାନ ରହିଛି | ହେଲେ କେତେକ ଜାଗାରେ ବାସୀ ଖାଦ୍ୟ ବିକ୍ରୀ ହେଉଥିବା ବେଳେ ଅନେକ ଜାଗାରେ ଖାଦ୍ୟକୁ ନ ଘୋଡାଇ ଖୋଲା ରଖି ଲୋକଙ୍କୁ ଖାଇବାକୁ ଦିଆଯାଉଛି | ଖାଦ୍ୟରେ ବିଭିନ୍ନ ଭେଜାଲ ସାମଗ୍ରୀ ମିଶାଇଦିଆ ଯାଉଛି | ଫଳରେ ଲୋକେ ନାଇଁ ନଥିବା ରୋଗରେ ଆକ୍ରାନ୍ତ ହେବାକୁ ପଡୁଛି | କିଛି ଦୋକାନୀ ସରକାରୀ ନିୟମ ମାନି ଫୋଟ ପ୍ରମାଣ ପତ୍ର କରି ବ୍ୟବସାୟ କରୁଛନ୍ତି | ହେଲେ ଅନେକ ବ୍ୟବସାୟ ନକରି ଲୋକଙ୍କୁ ଠକିବାରେ ଲାଗିଛନ୍ତି | ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ନିର୍ବାଚନ ମଣ୍ଡଳୀରେ, ଦୋକାନ ଗୁଡ଼ିକ ପ୍ରମାଣପତ୍ର ନଥାଇ ବଡ଼ ବଡ଼ ହୋଟେଲ ରେଷ୍ଟ୍ରେଣ୍ଡ ଫାଷ୍ଟଫୁଡ଼ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି | ସେଥିରେ ଦୁଇ ନଂ ତେଲ ମସଲା ଆଦି ବେପାର କରି ଲୋକଙ୍କୁ ମୃତୁ ମୁଖକୁ ନେଉଛନ୍ତି | ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସରକାରଙ୍କ ପାଉଣା ପାଇ କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲାରେ ସୋଇ ରହିଛନ୍ତି | ନା ତଦନ୍ତ ହେଉଛି ନା ଲୋକଙ୍କୁ ସଚେତନତା କରାଉଛନ୍ତି ମୋଟା ଅଙ୍କର ପିସି ନେଇ ନିରବ ଦଷ୍ଟାପାଲଟି ରହିଛନ୍ତି | କେବେ ଅଞ୍ଚଳରେ ଝାଡା ବାନ୍ତିରେ ଆକ୍ରାନ୍ତ ହେଲେ ପ୍ରଶାସନର ନିଦ ଭାଙ୍ଗିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ