ହାଡଭଙ୍ଗା ଶୀତରେ ରାଜ ରାସ୍ତା ଉପରେ ଅସହାୟମହିଳା ଓ କୁନି କୁନି ପିଲା
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ଶ୍ରୀକୃଷ୍ଣ ଏକାଡେମୀ ପାଖ କଂକ୍ରିଟ୍ ରାସ୍ତା ଉପରେ ଜଣେ ଅସହାୟ ମହିଳା ଓ ୩ଟି ପିଲା ଭୋକ ଉପାସରେ ହାଡଭଙ୍ଗା ଶୀତରେ ପଡିଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ଏହି ଅସହାୟ ମହିଳା କଥାବିଭିନ୍ନ ଗଣମାଧ୍ୟମରେ ହଟ ଚହଳ ସୃଷ୍ଟି କରିଥିଲା। ବହୁ ବଦାନ୍ୟ ବ୍ଯକ୍ତି ବିଭିନ୍ନ ପ୍ରକାରର ସାହାଯ୍ୟ କରିବା ସହିତ ତାଙ୍କର ଦୁଃଖ ଦୂର କରିବା ପାଇଁ ଉଦ୍ୟମ କରିଥିଲେ। ଆଜି ସନ୍ଧ୍ୟାରେ ଅସହାୟ ମହିଳା ଓ ୩ଟି ପିଲାଙ୍କୁ ରାସ୍ତା ଉପରେ ଶୋଇଥିବା ଦେଖି ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଅସହାୟ ମହିଳା ଓ ୩ଟି ପିଲାଙ୍କୁ ରହିବା ପାଇଁ ଖାଦ୍ୟ ଓ ଅସ୍ଥାୟୀ ଘର ଦେଇ ଥିଲେ। ଆଜି ଅସହାୟ ମହିଳା ଚୁମୁକି ସିଂର ଶାଶୁ ଦେଢସୁର ତାକୁ ମାଡ ମାରି ତାର ମୁଣ୍ଡ ଫଟାଇ ଦେଇଛନ୍ତି। ସେ ମାଡ ଖାଇ ରାସ୍ତାରେ ପଡିଥିଲା। ପାଖରେ ତାର କୁନି କୁନି ପିଲା ଅସହାୟ ଅବସ୍ଥାରେ ବୁଲୁଥିବା ଘଟଣା ସାଧାରଣରେ ଦୁଃଖଦ ପରିବେଶ ସୃଷ୍ଟି କରିଥିଲା। ଏବାବଦରେ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ମେଡିକାଲ ଗାଡି ଆସି ଚୁମୁକି ସିଂକୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲେ। ପ୍ରକାଶ ଥାଉକି ଚୁମୁକିର ଘର ବାଲେଶ୍ବର ତାର ସ୍ବାମୀ ତାକୁ ଛାଡ଼ି କୁଆଡ଼େ ଚାଲିଯାଇଛି। ଚୁମୁକିର ସ୍ଥାୟୀ ବସବାସ ଓ କୁନି କୁନି ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଜିଲ୍ଲା ପ୍ରଶାସନ କିଛି ବ୍ଯବସ୍ଥା କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।


