ବେଆଇନ ବାଲି ଚାଲାଣ-୩ ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଜବତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଶନିବାର ମଧ୍ୟରାତ୍ରରେ ହିଞ୍ଜିଳି ଅଂଚଳରୁ ବେଆଇନ ବାଲିଚାଲାଣ କରୁଥିବା ବେଳେ ଭାବନ୍ଦ ଓ ଶିଖରପୁର ଅଞ୍ଚଳରୁ ଗୋଟିଏ ଟ୍ରକ ସହ ୩ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ବେଆଇନ ବାଲି ଚାଲାଣ କରୁଥିବା ଟ୍ରକଟି ଆନ୍ଧ୍ରପ୍ରଦେଶ ର ହୋଇଥିବା ଜଣାପଡିଛି ।ସୁଚନାପ୍ରକାରେ ଗତ କିଛିଦିନ ତଳେ ଅନ୍ତରିଗାଁ ଠାରେ ସୁଦୂର ବାହାର ରାଜ୍ୟ ଓ ବିଭିନ୍ନ ଅଞ୍ଚଳକୁ ଚୋର ବାଲି ଚାଲାଣ ହୋଇଥିବା ନେଇ ଅଭିଯୋଗ ହେବା ସହ ଉତ୍ୟକ୍ତ ଗ୍ରାମବାସୀ ଚାଲାଣ ଗାଡ଼ିରେ ନିଆଁ ଲଗେଇ ଦେଇଥିଲେ ।ଏହାକୁ ନେଇ ଉତେଜନା ସୃଷ୍ଟି ହେବା ସହ ନିରୀହ ଜନସାଧାରଣ ଉପରେ ପୋଲିସ ଲାଠି ଚଲନା କରିବାକୁ ପଛଘୁଞ୍ଚା ଦେଇନଥିଲେ ।ଆଜିକାର ଚଢ଼ାଉ ପରେ ସୁଦୂର ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟ ରାଜ୍ୟକୁ ଚୋରରେ ବାଲି ଚାଲାଣ ପ୍ରମାଣିତ କରିଦେଉଛି । ପ୍ରକାଶଥାଉକି ଆନ୍ଧ୍ରପ୍ରଦେଶ ରୁ ଆସିଥିବା ଟ୍ରକଟି ବିଶାଖାପାଟଣା ରୁ ସିମେଣ୍ଟ ନେଇ ପୁରୁଷୋତ୍ତମପୁର ଠାରେ ଅନଲୋଡ କରିଥିଲେ । ବିଶାଖାପାଟଣା ଯିବା ବେଳେ ଋଷିକୂଲ୍ୟା ନଦୀରୁ ବାଲି ଉଠାଣ କରି ବିଶାଖାପାଟଣା ଚୋରା ବାଲି ନେବା ପାଇଁ ଚେଷ୍ଟା କରିବା ସମୟରେ ବାଲି ବୋଝେଇ ଗାଡ଼ି ସହ ହିଞ୍ଜିଳି ତହସିଲ ସ୍ବାର୍ଡ଼ ଜବତ କରିଥିଲେ । ଏହି ଚୋରା ବାଲି ଚଢ଼ାଉ ବେଳେ ଆନ୍ଧ୍ରପ୍ରଦେଶର ଏହି ଟ୍ରକ ସହ ସ୍ଥାନୀୟ ଅଚଂଳର ୩ ଟି ବାଲିବୋଝେଇ ଟ୍ରାକ୍ଟର ଜବତ କରାଯାଇଛି।ଚାଲଣ ହେଉଥିବା ବାଲି ଓ୍ଵାଇ ଫାର୍ମ କାଟି ନଥିବା ଜଣାପଡ଼ିଛି ।ପ୍ରକାଶଯୋଗ୍ୟ ବିନା ଓ୍ବାଇ ଫାର୍ମରେ ଚୋରା ବାଲି ଚାଲଣ ପାଇଁ କେଉଁ ଅଞ୍ଚଳର କେଉଁ ବ୍ଯକ୍ତି ବିଶେଷ ଏବଂ କେଉଁ ପ୍ରାଶାସନି ଅଧିକାରୀଙ୍କ ପ୍ରଚ୍ଛଦପଟ ଛାୟା ତଳେ ବାଲି ଚାଲଣ ହେଉଛି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି । ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ତତ୍ବାବଧାନରେ ରାଜସ୍ବ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ, ଅରବିନ୍ଦ ଦାସ, ସଞ୍ଜୟ ବିଷୋୟୀ, କୃଷ୍ଣ ଜାନି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ତହସିଲଦାର ପରିଡା କହିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ରାଜସ୍ବ ଅଞ୍ଚଳର କିଛି କର୍ମଚାରୀଙ୍କୁ ବାଲି ମାଫିଆ ମାନେ ରାତିଅଧିଆ ବାଲି ଚୋରାଚାଲାଣ କରୁଥିବା ନେଇ ସାଧାରଣରେ ମତପ୍ରକାଶ ପାଇଛି ।


