ନୀଳମଣି ବିଦ୍ୟାରତ୍ନ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ,ସଂପାଦକ ତଥା ସମାଜ ସଂସ୍କାରକ ନୀଳମଣି ବିଦ୍ୟାରତ୍ନଙ୍କ ୧୫୩ତମ ଜୟନ୍ତୀ ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ଜୟଦେବ ବିହାର ସ୍ଥିତ ତାଙ୍କ ପ୍ରତିମୂର୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜନା ଓ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ,ବିଦ୍ୟାରତ୍ନ ଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସାହିତ୍ୟିକ, ସମାଜ ସଂସ୍କାରକ ତଥା ସଂପାଦକ ଭାବରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ, ବାଲ୍ୟବିବାହ ବିରୋଧରେ ସଂଗ୍ରାମ, ବିଧବା ଆଶ୍ରମ ପ୍ରତିଷ୍ଠା ସହିତ ଉତ୍କଳ ଦୀପିକା, ପ୍ରଜା ବନ୍ଧୁ ପ୍ରମୁଖ ଖବର କାଗଜର ସଂପାଦନା ସଠିକ୍ ରୂପେ କରି ଜନକଲ୍ୟାଣ ଦିଗରେ ନିଜକୁ ସମର୍ପିତ କରିଥିଲେ । କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଦର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ରତ୍ନାକର ବେହେରା ସଭାପତିତ୍ୱ ଓ ଶିକ୍ଷାବିତ୍ ସତାବଲ୍ଲଭ ମହାପାତ୍ର ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉଦୀୟମାନ ଯୁବ ରକ୍ତଦାତା, ସମାଜସେବୀ ତନ୍ମୟ ସାମନ୍ତରାୟଙ୍କୁ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିଯାନର ବରିଷ୍ଠ ସଦସ୍ୟ ବେଦ ବିଦ୍ୱାନ ସୁରେନ୍ଦ୍ର ନାଥ ଛୋଟରାୟ, ସଂଯୋଜକ ନାରାୟଣ ଚନ୍ଦ୍ର ଓଝାଙ୍କ ସହିତ ନିରଂଜନ ଦାସ,ସୌମ୍ୟ ରଂଜନ ନାୟକ, ଲଲାଟେନ୍ଦୁ ପାତ୍ର, ସୀମାଚଂଳ ପତ୍ରି, ମଧୁସ୍ମିତା ବେହେରା, ପ୍ରତାପ ସାହୁ, ରୋହିତ ନାୟକ, ଲଗ୍ନଦୀପା ମିଶ୍ର, ମନଜିତ୍ କୌର ପ୍ରମୁଖ ଉପସ୍ଥିତ ରହିବା ସହିତ ଧନ୍ୟବାଦ ଅର୍ପର କରିଥିଲେ ଭାଷା ଯୋଦ୍ଧା, ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ