ସାନଖେମୁଣ୍ଡିରେ ମୋ ସ୍ୱାଭିମାନ ସୁସ୍ଥ ଗଞ୍ଜାମ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) :ମୋ ସ୍ୱାଭିମନ ସୁସ୍ଥ ଗଞ୍ଜାମ ସଚେତନତା ସାନଖେମୁଣ୍ଡି ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତ ରେ ସୋମବାର ଦିନ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଡାମରି ପଂଚାୟତ ରେ ସନ୍ତୋଷ ବିଶୋଇ ଙ୍କ ନେତୃତ୍ୟ ରେ ଯୁବଗୋଷ୍ଠୀ ଅଙ୍ଗନବାଡି,ସ୍ବେଚ୍ଛାସେବୀ ମିଳିତ ଭାବେ ସଫାଇ କାର୍ଯ୍ୟକ୍ରମ କରିଥିବା ବେଳେ ସେହିଭଳି ପାଟପୁର,ରାଧାଦେଇପୁର ସରପଞ୍ଚ ଟି.ବାବୁ ସୁବୁଦ୍ଧି ଓ ପ୍ରଶାନ୍ତ ବାରିକ ଙ୍କ ନେତୃତ୍ୟ ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ସେହିଭଳି ଅଡ଼ପଡା ସରପଂଚ ନୀଳମାଧବ ରାଉତ,ଏରେଣ୍ଡା ସରପଂଚ ପ୍ରତିନିଧି ସହଦେବ ପ୍ରଧାନ ,ଗୌତମି ସରପଂଚ ସୁଶାନ୍ତ ସ୍ୱାଇଁ,ସହସପୁର ସରପଂଚ ।ପ୍ରତିନିଧି କଳୁଚରଣ ରାଉଳ ନିଜେ ନିଜ ପଞ୍ଚୟତ ରେ ସଫାଇ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଜିଲ୍ଲା ପ୍ରଶାସନ ଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ସପ୍ତାହ ର ସୋମବାର ଦିନ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମ ରେ ଯନ୍ତ୍ରୀ ସରୋଜ କୁମାର ସାହୁ,ଯନ୍ତ୍ରୀ ଉପମା ଘଡେ଼ଇ ପ୍ରତ୍ୟେକ ପଞ୍ଚାୟତ ବୁଲି କାର୍ଯ୍ୟକ୍ରମ ରେବ ଯୋଗଦେଇ ସଚେତନତା କରାଇଥିଲେ ।


