ଶିକ୍ଷାବିତଙ୍କ ସ୍ମୃତିଚାରଣ ସଭା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ସ୍ଥିତ ଯୁବଶକ୍ତି କ୍ଲବ ପକ୍ଷରୁ ଶିକ୍ଷାବିତ ସ୍ୱର୍ଗତ ସୁରେନ୍ଦ୍ର ଦାସଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଶଶଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ରତ୍ନାକର ସେନାପତି, ପଞ୍ଚାନନ ନାୟକ, ନାରାୟଣ ଚନ୍ଦ୍ର ସାହୁ, ପ୍ରଭାକର ସାହୁ, ପବନ କୁମାର ନାୟକ, ନିର୍ମଳ କୁମାର ସେନାପତି, ପ୍ରେମାନନ୍ଦ ନାୟକ, ଉପେନ୍ଦ୍ର ପରିଡା, ନିତ୍ୟାନନ୍ଦ ସେନାପତି ପ୍ରମୁଖ ଉପସ୍ଥିତ ରହି କ୍ଲବର ପରାମର୍ଶ ଦାତା ସ୍ୱର୍ଗତ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଅନ୍ୟାମନଙ୍କ ମଧ୍ୟରେ ଗଗନ ବିହାରୀ ନାୟକ, ଅଜୟ କୁମାର ସାହୁ, ଲିପନ ସାହୁ, ରଞ୍ଜନ ସେନାପତି, ମାୟାଧର ବାରିକ, କୃଷ୍ଣଚନ୍ଦ୍ର ବାରିକ, ରବିନ୍ଦ୍ର ସାହୁ, ଜ୍ୟୋତିପ୍ରକାଶ ନାୟକ, ବିନୋଦ ଦାସ ପ୍ରମୁଖ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ