ଏସପିଙ୍କ ଥାନା ପରିଦର୍ଶନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ଏସପି ରାଜେଶ ପଣ୍ଡିତ ଆଜି ଭଣ୍ଡାରିପୋଖରୀ ଥାନା ପରିଦର୍ଶନ କରିଥିବା ଜଣାପଡିଛି । ପରିଦର୍ଶନ ସମୟରେ ଥାନାରେ ଥିବା ମାମଲା ଗୁଡିକ ସମ୍ବନ୍ଧରେ ଏସପି ତର୍ଜମା କରିଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । କିଛିଦିନ ଧରି ଥାନା ପକ୍ଷରୁ ଯେଉଁଭଳି ଭାବେ ଚୋରା ବାଲି ପରିବହନ ଗାଡି ଗୁଡିକ ଉପରେ ଚଢାଉ କରାଯାଇ ଗିରଫ କରାଯାଉଛି ସେନେଇ ଏସପି ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ପରିଦର୍ଶନ ସମୟରେ ଭଦ୍ରକ ଏସଡିପିଓ ସାର୍ଥକ ରାୟ, ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ