ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ବିଜୟ ଦିବସ ପାଳିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧରେ ଭାରତର ଐତିହାସିକ ବିଜୟ ପ୍ରାପ୍ତିର ସୁବର୍ଣ୍ଣ ଜୟନ୍ତୀ ବିଜୟୋତ୍ସବ ଗତ ସନ୍ଧ୍ୟାରେ ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ପାଳିତ ହୋଇଯାଇଛି ମାନବ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ବିଜୟ ଦିବସରେ ପାକିସ୍ତାନର ୯୩ ହଜାର ଯୁଦ୍ଧବନ୍ଦୀ ସୈନିକଙ୍କୁ ମୁକ୍ତ କରି ଅନ୍ତରାଷ୍ଟ୍ରୀୟ ମହଲରେ ଭାରତ ଯେଉଁ ମାନବିକତାର ଛାପ ଛାଡ଼ିଥିଲା ତାହା ପୃଥିବୀର ଅନେକ ଯୁଦ୍ଧଖୋର୍ ରାଷ୍ଟ୍ର ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିବା ସହ ଭାରତର ଶାନ୍ତିକାମୀ ସ୍ୱଭାବକୁ ପ୍ରତିଷ୍ଠିତ କରାଇଥିଲା ବୋଲି ମତବ୍ୟକ୍ତ କରି ଭେଟେରାନ୍ସ କ୍ଲବ ଓଡ଼ିଶାର ସଭାପତି ଭେଟେରାନ୍ ବିଦ୍ୟାଧର ନାୟକ ଯୁଦ୍ଧରେ ବୀରଗତି ପ୍ରାପ୍ତ ଭାରତୀୟ ସୈନିକମାନଙ୍କୁ ସ୍ମରଣ କରିଥିଲେ ଏହି ଯୁଦ୍ଧରେ ଶତ୍ରୁ ସୈନିକଙ୍କ ସମ୍ମୁଖରେ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରିଥିବା ପରମବୀର ଚକ୍ର ଲାନ୍ସ ନାୟକ ଆଲବର୍ଟ ଏକ୍କା, ଫ୍ଲାଇଙ୍ଗ ଅଫିସର ନିର୍ମଳଜିତ ସିଂ, ମେଜର ହୁସିଆର ସିଂ, ସେକେଣ୍ଡ ଳେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳଙ୍କ ସମେତ ୬୭ ଜଣ ମହାବୀର ଚକ୍ର ବିଜେତା ଏବଂ ୧୨ ଜଣ ବୀର ଚକ୍ର ବିଜେତାଙ୍କ ସହ ସମସ୍ତ ବୀର ଶହୀଦମାନଙ୍କୁ ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଜଳ, ସ୍ଥଳ ଆକାଶ ମାର୍ଗରୁ ଶତ୍ରୁପକ୍ଷ ପାକିସ୍ତାନ ଉପରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣ ଉପରେ ଆଲୋକପାତ କରି ସଙ୍ଗଠନର ସାଧାରଣ ସମ୍ପାଦକ ଭେଟେରାନ୍ ବିଭୁପ୍ରସାଦ ସ୍ବାଇଁ ୧୯୭୧ ଡିସେମ୍ବର ତାରିଖ ରାତିରେ ନୌସେନା ପକ୍ଷରୁ କରାଚୀ ବନ୍ଦର ଉପରେ ଅତର୍କିତ ଆକ୍ରମଣ ପରେ ପାକିସ୍ତାନର ୩ଟି ଯୁଦ୍ଧ ଜାହାଜ ବୁଡ଼େଇ ଦେବା ସହ ବନ୍ଦର ନିକଟରେ ଥିବା ତୈଳବିଶୋଧନାଗାର ନିଆଁ ଲାଗି ନଷ୍ଟ ହେବାପରେ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ସେନାବାହିନୀର ଯୁଦ୍ଧ ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥିଲା ଭାରତୀୟ ସେନା ବାହିନୀର ଏହି ବୀର ଗାଥା ଜାତୀୟ ଇତିହାସରେ ସ୍ଥାନିତ କରିବା ପାଇଁ ସଙ୍ଗଠନ ପକ୍ଷରୁ ସାମୁହିକ ମତ ପ୍ରକାଶ ପାଇଥିଲା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେନା ପଦକପ୍ରାପ୍ତ ଭେଟେରାନ ରବୀନ୍ଦ୍ର କୁମାର ସାହୁ, କ୍ୟାପଟେନ ରବୀନ୍ଦ୍ର କୁମାର ପଟ୍ଟନାୟକ, କ୍ୟାପଟେନ ମନ୍ମଥ କୁମାର ସିଂହ, ହରପ୍ରସାଦ ଦୋରା, ଗୋପୀନାଥ ମିଶ୍ର, ବିମଳ ପ୍ରସାଦ ବାରିକ, ଶେଷଦେବ ମିଶ୍ର, ମନୋଜ କୁମାର ସେନାପତି, ଦିଲ୍ଲୀପ କୁମାର ସାହୁ, ଜାହ୍ନବୀ ବଲ୍ଲଭ ପଟ୍ଟନାୟକ, ଦୀନବନ୍ଧୁ ଷଡ଼ଙ୍ଗୀ, ଅନ୍ତର୍ଯ୍ୟାମୀ ଦାଶ, ସତ୍ୟଜିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ