କାଦବରାଙ୍ଗ ପଞ୍ଚାୟତରେ ଗ୍ରାମ୍ୟ ରାଜମିସ୍ତ୍ରୀ ପ୍ରଶିକ୍ଷଣ ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ପରିସରରେ ଗ୍ରାମ୍ୟ ରାଜମିସ୍ତ୍ରୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯଥାଶିଘ୍ର ଶେଷ କରି ୪ ମାସ ମଧ୍ୟରେ ୨୦ ହଜାର ଓ ୬ ମାସ ମଧ୍ୟରେ ୧୦ ହଜାର ଟଙ୍କା ବୋନସ ପାଇବା ଲକ୍ଷ୍ୟରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟ ତଥା ସେଞ୍ଚୁରିଆ ଇନ୍‌ଭରସିଟି ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ବିଡିଓ ରେବେକା ବିଲୁଙ୍ଗ ଉଦ୍‌ଘାଟନ କରିଥିଲେ । ଶିବିରରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏ.ପି.ଡି(ଟ୍ରେନିଂ) ରୂପାଲୀ ମହାପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା କାର୍ଯ୍ୟକ୍ରମର ନୋଡାଲ ଅଫିସର ନିଶାକର ଖୁଣ୍ଟିଆ, ସରପଞ୍ଚ ଲକ୍ଷ୍ମୀପ୍ରିୟା ଭାରତୀ, ଜି.ଆର.ଏସ୍ ଭାଗିରଥି ସାହୁ, ନାଏବ ସରପଞ୍ଚ ନକୁଳ ଚରଣ ରାଉତ, ଗ୍ରାମ ତରଙ୍ଗର ଆଞ୍ଚଳିକ ନିର୍ଦ୍ଦେଶକ ଧ୍ରୁବ ଚରଣ ସାହୁ ସହଯୋଗ କରିଥିଲେ । ୧୬୬ ଗୃହ ମଧ୍ୟରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିବା ୧୦୨ ହିତାଧିକାରୀଙ୍କ ଘରକୁ ଗ୍ରାମ ତରଙ୍ଗର ଅଧିକାରୀ ମାନେ ଯାଇ ୪୫ ଦିନ ମଧ୍ୟରେ କିପରି ନିର୍ମାଣ କାର୍ଯ୍ୟ ଶେଷ ହେବ ସେ ସଂପର୍କରେ ରାଜମିସ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିବିରରେ ୩୦ ଜଣ ରାଜମିସ୍ତ୍ରୀଙ୍କୁ ହେଲମେଟ୍‌, ଯୋତା, ଜ୍ୟାକେଟ ଓ ରାଜମିସ୍ତ୍ରୀ କିଟ୍ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ