ରାଜ୍ୟରେ ଶିଶୁ ଅପହରଣ, ଧର୍ଷଣ, ହତ୍ୟା ଓ ନିଖୋଜ ପ୍ରତିବାଦରେ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଦଳ ତରଫରୁ ଗଣ ଧାରଣା

କଳାହାଣ୍ଡି,(ଓ୍ବାଇଏନ୍ଏସ୍):ରାଜ୍ୟରେ ଦିନକୁ ପ୍ରାୟ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି ,ଯାହାକି ଅତ୍ୟନ୍ତ କ୍ଷୋଭ ଓ ପରିତାପ ର ବିଷୟ । ରାଜ୍ୟରେ ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କ ଅପହରଣ ଘଟଣା ସମ୍ପ୍ରତି ଅଭିଭାବକ, ପରିବାରବର୍ଗ ଓ ସଭ୍ୟସମାଜ ଙ୍କ ମଧ୍ୟରେ ଗଭୀର ଚିନ୍ତାର ବିଷୟ ହୋଇ ପଡିଛି । ରାଜ୍ୟରେ ପରୀ, ସ୍ଵତୀ, ପିହୁ, ଆୟୁଷ ପରି ଶିଶୁ କନ୍ୟା ଓ ଶିଶୁପୁତ୍ର ଙ୍କୁ ଅପହରଣ ଓ ସ୍ଥଳ ବିଶେଷ ରେ ହତ୍ୟା କରିବା ଘଟଣା ଅତ୍ୟନ୍ତ ବର୍ବରୋଚିତ । ଦୀର୍ଘ ୨୧ ବର୍ଷ ରୁ ଉର୍ଧ୍ଵ ବିଜୁ ଜନତା ଦଳର ସରକାର ଏ କ୍ଷେତ୍ରରେ ସମ୍ପୂର୍ଣ ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ର ମଧ୍ୟ ମନ୍ତ୍ରୀ । କିନ୍ତୁ ତାଙ୍କର ମୌନବ୍ରତ ଫଳରେ ନିରୀହ, ନିଷ୍ପାପ ଶିଶୁ ମାନେ ଓ ଅପହରଣ କାରୀଙ୍କର ଶିକାର ହେଉଛନ୍ତି ପରିବାରବର୍ଗ ଙ୍କ ତରଫରୁ ଥାନାରେ ଏତେଲା ଦିଆ ଯାଇ ଥିଲେ ମଧ୍ୟ ପୋଲିସ ର ଅତ୍ୟନ୍ତ ମନ୍ଥର ତଦନ୍ତ ଉପରେ ଜନସାଧରଣଙ୍କ ଭରଷା ନାହିଁ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳ ମାନେ ଯେପରି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ ହେଉନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭୁଶୁଡି ପଡିଛି ଏବଂ ରାଜ୍ୟ ସରକାର ଏହାକୁ ରୋକିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି । ୨୦୧୬ ସେପ୍ଟେମ୍ବର ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୭୦୦୦ ନାବାଳକ ଓ ନାବାଳିକା2 ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଏଥିମଧ୍ୟରୁ ପ୍ରାୟ ୫୦୫୦ ଜଣ ହେଉଛନ୍ତି କେବଳ ନାବାଳିକା । ସେହିପରି ଘରୋଇହିଂସା, ମହିଳା ନିର୍ଯ୍ୟାତନା ରେ ଓଡିଶା ଦେଶରେ ତୃତୀୟ ସ୍ଥାନ ଭାବେ ଉଭା ହୋଇଛି ।ନାରୀ ନିର୍ଯ୍ୟାତନା, ନାବାଳିକା ଙ୍କୁ ଅପହରଣ, ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣ ଦୁଷ୍କର୍ମ ଓ ହତ୍ୟା ଏବଂ ଚୋରୀ, ଡକାୟତି, ଛୀନତାଇ ଆଦି ଅପରାଧ ସଂଖ୍ୟା ପ୍ରତିବର୍ଷ ଉଦବେଗ ଜନକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏଭଳି ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବା ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି ।ଏହାର ପ୍ରତିବାଦ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭାରତ ଭୂଷଣ ବେମାଲ ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ଦ୍ରୌପଦୀ ମାଝୀ, ଶ୍ରୀମତୀ ମାଣିକ୍ୟ ସୁନା, ଉଛବ ସାହୁ, ଯୁବକଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ମିଡ଼ିଆସେଲ ସଂଯୋଜକ ମହମ୍ମଦଅଲ୍ଲୀ,ମହମ୍ମଦ ସାହେବ, ବ୍ରଜ ସାହୁ, ସୁରେଶ ପଟ୍ଟନାୟକ , ପରମାନନ୍ଦ ମାଝୀ, ଅବଦୁଲ ସାଜିଦ, ଦେବୀ ସିନ୍ଦୁର, ସିଦ୍ଧାର୍ଥ ନାୟକ, ନିମାଞ୍ଚଳ ନାଏକ, ସନ୍ତୋଷ ମୁଣ୍ଡ, ଶରତ ନାଏକ, ସୁନୀଲ ନାଏକ, ସରୋଜ ବାଗ, ପ୍ରୀତମ ବେହେରା,ତ୍ରିଲୋଚନ ପାଣିଗ୍ରାହୀ,ଦେଶରାଜ ଯୁଆଡ଼, ସୁବାଷ ପ୍ରଧାନ, ଯୁଧିଷ୍ଠିର ତାଣ୍ଡି, ସମୀର ଚାନ୍ଦ, ରମାଦେବୀ ପାତ୍ର, ମାନ୍ଦା କିନି ବାଣୁଆ, ଯୋଗେଶ୍ୱରୀ ଧଙ୍ଗଡ଼ା ମାଝୀ, ମନୀଷା ବାରିକ, ପ୍ରମିଳା ଭତ୍ରା, ଯାଜ୍ଞସେନି ନାୟକ,କାଳିଆ ସରାଫପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ