ଲାଞ୍ଜିଗଡ଼ ବ୍ଲକରେ ପୁଣି ହାତୀ ଉପଦ୍ରବ, ଘର ଓ ବୋରୱଲ ଭାଙ୍ଗିଲେ, ଧାନ,ମାଣ୍ଡିଆ ନଷ୍ଟ କଲେ ୩୬ ଘଣ୍ଟା ଝୁଲି ରହିଲା ବିଦ୍ୟୁତ ତାର

କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବନବିଭାଗ ଅନ୍ତର୍ଗତ କୁଟିଙ୍ଗ ପଦର ଅଞ୍ଚଳରେ ଦେଖାଦେଇଛି ଜଙ୍ଗଲି ହାତୀଙ୍କ ଉପଦ୍ରବ। ବିଳମ୍ବିତ ରାତି ରେ ହାତୀଶାଳ ସଂରକ୍ଷିତ ଜଙ୍ଗଲରୁ ଦୁଇ ଗୋଟି ହାତୀ ଆସି କୁଟିଙ୍ଗ ପଦର ଗ୍ରାମର ଡଲାପଡ଼ାରେ ଥିବା ରବି ମାଝୀଙ୍କ ଘର ଭାଙ୍ଗିବା ପରେ ଘର ନିକଟରେ ଥିବା ଧାନ ଖଳାରୁ ଗଦା ଯାଇଥିବା ଧାନକୁ ଖାଇ ଖଳାରେ ରଖିଥିବା ୧୭ ପକେଟ ଧାନ,୪ ପକେଟ ମାଣ୍ଡିଆ ଓ ଘର ପଛପଟେ ଥିବା ୫ ଏଚ୍ପି ବୋରେୱଲକୁ ମାଡି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି।ପ୍ରଥମେ ରବିବାର ରାତି ୧୧ଟାରେ ଏହି ଦୁଇ ଗୋଟି ହାତୀ ଗାଁକୁ ଆସି ରବିଙ୍କ ଘର ପଛପଟେ ଭୀଷଣ ଗର୍ଜ୍ଜନ କରିଥିଲେ।ପରେ ହାତୀ ଦୁଇ ଗୋଟି ଧାନ ଖଳାରୁ ଧାନ ଖାଇ ଘର ପଛପଟେ ଥିବା ୫ ଏଚ୍ପି ବୋରେୱଲର ବିଦ୍ୟୁତ ତାରକୁ ଟାଣି ଛିଣ୍ଡାଇ ଦେଇଥିଲେ।ଏନେଇ ରବି ଲାଞ୍ଜିଗଡ ବନ ବିଭାଗ ପାଖରେ ଅଭିଯୋଗ କରିଥିବା କହିଛନ୍ତି। ରବିଙ୍କ ଘରର କାନ୍ଥ ଭାଙ୍ଗି ହୋଲ କରି ବାଟିପଟ କବାଟକୁ ଠେଲୁ ଥିଲେ।ସେହି ସ୍ଥାନରେ ୫୦ ପକେଟ ରବିଙ୍କ ଧାନ ପକେଟ ଥିଲା।କିନ୍ତୁ ପରେ ଦାଣ୍ଡପଟ କଦଳୀ ଗଛକୁ ଭାଙ୍ଗିବା ପରେ ଧାନ ଖଳାକୁ ଯାଇ ପକେଟରେ ଥିବା ଧାନ ଓ ମାଣ୍ଡିଆକୁ ଖାଇ ନଷ୍ଟ କରି ଘର ପଛପଟ ଜମିରେ ଥିବା ୫ ଏଚ୍ପି ବୋରେୱଲକୁ ସମ୍ପୂର୍ଣ୍ଣ ମାଡି ଚକଟି ନଷ୍ଟ କରିଦେଇଥିବା ବେଳେ ବିଦ୍ୟୁତ କବଳରୁ ବର୍ତ୍ତି ଯାଇଥିଲେ। ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରା, ଫରେଷ୍ଟ ଗାର୍ଡ ବିରଞ୍ଚି ନାରାୟଣ ପଣ୍ଡା ଓ ବିଭାଗରେ ଥିବା ଏଲିଫେଣ୍ଟ ସ୍କୁଆଡ଼ ମାନେ ଗାଁକୁ ଯାଇ ତଦନ୍ତ କରିଥିବା ଜଣା ଯାଉଛି।ଏନେଇ ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରାଙ୍କୁ ପଚାରିବାରୁ ଆମେ ଦିନ ୧ ଘଣ୍ଟା ସମୟରେ ଗାଁକୁ ଯାଇ ତଦନ୍ତ କରିଛୁ।ହାତୀ ଘର କାନ୍ଥ ଭାଙ୍ଗି ଧାନ ଓ ମାଣ୍ଡିଆ କ୍ଷତି କରିବା ବେଳେ ବୋରେୱଲ ଭାଙ୍ଗି ନଷ୍ଟ କରିଛନ୍ତି।ଆଜି ବିଦ୍ୟୁତ ବିଭାଗକୁ ସେହି ଅଞ୍ଚଳ ବିଦ୍ୟୁତ କାଟିବା ପାଇଁ କହିବି ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ