ହାଇଟେକ ମେଡିକାଲ କଲେଜରେ ସ୍ନାତକ ସମାରୋହ ପାଳିତ
ପାରଳାଖେମୁଣ୍ଡି – (ତାରିଣୀ ପ୍ରସାଦ ପଣ୍ଡା)ହାଇଟେକ ମେଡିକାଲ କଲେଜ ରାଉରକେଲାର ଦ୍ୱିତୀୟ ବ୍ୟାଚର (୨୦୧୩-୧୪) ସ୍ନାତକ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି | ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି, ଡାକ୍ତର ଦୀପକ କୁମାର ବେହେରା ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରାଉରକେଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଇଂ. ସାରଦା ପ୍ରସାଦ ନାୟକ, ବୀରମିତ୍ରପୁର ବିଧାୟକ ଶ୍ରୀଯୁକ୍ତ ଶଙ୍କର ଓରାମ ପ୍ରମୁଖ ଯୋଗ ଦେଇଥିଲେ | ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ହାଇଟେକ ଗ୍ରପର ଅଧକ୍ଷ ଡ଼. ତିରୁପତି ପାଣିଗ୍ରାହୀ, ହାଇଟେକ ଗ୍ରପର ମ୍ୟାନେଜିଂଗ ଟ୍ରଷ୍ଟି ଶ୍ରୀ ସୁରେଶ ପାଣିଗ୍ରାହୀ, ହାଇଟେକ ଗ୍ରପର ନିର୍ଦେଶକ ଡାକ୍ତର ରାକେଶ ପାଣିଗ୍ରାହୀ, ହାଇଟେକ ଗ୍ରପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଆଚାର୍ଯ୍ୟ, ହାଇଟେକ ଗ୍ରପର ଡିନ ଡାକ୍ତର ଏସ. କେ. ବାସୁ, ହାଇଟେକ ମେଡିକାଲ କଲେଜ ରାଉରକେଲାର ଅଧକ୍ଷ ଡାକ୍ତର ସମିମି ହାଇଦର ଉପସ୍ଥିତ ଥିଲେ | ଏହି ଅବସରରେ ୯୮ ଜଣ ଡାକ୍ତରୀ ଛାତ୍ର ଛାତ୍ରୀମାନଙ୍କୁ ସ୍ନାତକ ସାର୍ଟିଫିକେଟ ପ୍ରଦାନ କରାଯିବାସହ ଶ୍ରେଷ୍ଠ ୩ଜଣ ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯିବ ସହ ଆର୍ଥିକ ପୁରସ୍କାର ହାଇଟେକ ଗ୍ରପର ଅଧକ୍ଷ ଡ଼. ତିରୁପତି ପାଣିଗ୍ରାହୀ ପ୍ରଦାନ କରିଥିଲେ |


