ପୋଲିସ ଅବକାରୀ ମିଳିତ ଚଢ଼ାଉ ୨୦ ଏକର ରୁ ଉର୍ଦ୍ଧ ଚାଷ ଜମିରୁ ଗଞ୍ଜେଇ ଗଛ ଜାଳିଲେ ପ୍ରଶାସନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନର୍ଗତ ଟି. ଗୋବିନ୍ଦପୁର ଗଞ୍ଜାମ-ଗଜପତି ସୀମାନ୍ତ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ବୃଦ୍ଧି ପାଉଥିବା ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ନିର୍ଦ୍ଧେଶ କ୍ରମେ ପାଟପୁର ଥାନା ପଟିଗୁଡା ପଞ୍ଚାୟତ କେଶପୁର ଏବଂ ରଘୁନାଥପୁର ଜଙ୍ଗଲ ପାହାଡ଼ ରୁ ଶୁକ୍ରବାର ପ୍ରାୟ ୨୦ ଏକର ରୁ ଉର୍ଦ୍ଧ ଜମିରେ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଜାଳି ଦିଆଯାଇଛି l ସାନଖେମୁଣ୍ଡି ତହସିଲଦାର ଡ଼.ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ SDPO ସୂର୍ଯ୍ୟମଣି ପ୍ରଧାନ ଙ୍କ ନେତୃତ୍ୟ ରେ ପାଟପୁର IIC ଅଜୟ କୁମାର ବାରିକ ବ୍ରହ୍ମପୁର ରେଞ୍ଜ ଇନିସ୍ପେଟର ରୋସନ ଇସୁ ହାସୁଦା, ବ୍ରହ୍ମପୁର ଷ୍ଟକିଙ୍ଗ ଫୋର୍ସ ବାଳକୃଷ୍ଣ ପଣ୍ଡା, ଏସଆଇ ଅଭିରାମ ସାହୁ,ସେରଗଡ IIC ରମେଶ କୁମାର ଦାସ ଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ଏଇ ଚଢ଼ାଉ ରେ ସାମିଲ ଥିଲେ। ମିଳିଥିବା ସୂଚନା ଅନୁସାରେ ଟି.ଗୋବିନ୍ଦପୁର ପଞ୍ଚାୟତ ର ଘଞ୍ଚ ଜଙ୍ଗଲରୁ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ କନ୍ଧ ନୂଆଗାଁ ଗ୍ରାମ ନିକଟରେ ଗଞ୍ଜେଇ ଗଛ କଟାଯିବା ପରେ ନିଆଁ ଲଗାଇ ସମସ୍ତ ଗଛକୁ ପୋଡି ଦିଆଯାଇଥିଲା l ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି l


