ପିଜାପ୍ରିୟ ପରିଣିତି

ପରିଣିତିଙ୍କ ସବୁଠୁ ପ୍ରିୟ ଖାଦ୍ୟ କ’ଣ ଜାଣନ୍ତି? ତାହା ହେଲା ପିଜା । କେବଳ ସେ ପିଜା ଖାଆନ୍ତି ନାହିଁ, ଭିନ୍ନ ଭିନ୍ନ ସ୍ୱାଦର ପିଜା ମଧ୍ୟ ପ୍ରସ୍ତୁତ କରିପାରନ୍ତି । ତାଙ୍କର ଡେଲି ଫୁଡ୍ ରୁଟିନରେ କେଉଁ ଖାଦ୍ୟ ଥାଉ କି ନ ଥାଉ ପିଜା ନିଶ୍ଚୟ ଥିବ । ଅଭିନୟ ବ୍ୟତୀତ ସେ ଜଣେ ମେଧାବୀ ଛାତ୍ରୀ । ମାଞ୍ଚେଷ୍ଟର ବିଜନେସ୍ ସ୍କୁଲରୁ ସେ ତିନୋଟି ବିଷୟ-ଇକୋନୋମିକ୍ସ, ଫାଇନାନ୍ସ ଏବଂ ବିଜନେସ ଅନର୍ସ ଡିଗ୍ରୀ ହାସଲ କରିଥିଲେ । ସେ ମଧ୍ୟ ଭଲ ଗୀତ ଗାଇପାରନ୍ତି । ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ୟଶରାଜ ଫିଲ୍ମସରେ ସେ ପି.ଆର. ଏବଂ ମାର୍କେଟିଂ କନ୍ସଲଟାଣ୍ଟ ଭାବେ କାମ କରିଥିଲେ । ସଙ୍ଗୀତରେ ସେ ବି.ଏ. ଅନର୍ସ ଡିଗ୍ରୀ ହାସଲ କରିଛନ୍ତି । ଦ୍ୱାଦଶ ପରୀକ୍ଷାରେ ସେ ସର୍ବଭାରତୀୟସ୍ତରରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଏବଂ ଏପରି କୃତିତ୍ୱ ପାଇଁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ