ପ୍ଲାଷ୍ଟିକ ରଶିରେ ଜୀବନ ହାରିଲେ ବେଙ୍ଗଲି ଠିକାଦାର

ରାଇରଙ୍ଗପୁର,(,ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଦୁନ୍ଦୁ ଗ୍ରାମର ଭଡାଘରେ ଶୁକ୍ରବାର ରାତି ୮ଟା ପାଖାପାଖି ସମୟରେ ଜନୈକ ପେଟି ବେଙ୍ଗଲି ମୁର୍ଷିଦାବାଦର ଠିକାଦାର କବାଟ କିଳି ପ୍ଲାଷ୍ଟିକ ରଶିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ଖବର ପାଇ ତିରିଂ ଥାନା ଆଇଆଇସି ମାଡାମ ଘଟଣା ସ୍ଥଳରେ ସମାଜସେବୀ ଅଓ୍ବାଉଲ ହକ୍ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ଶନିବାର ଦିନ ସକାଳେ ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଶବ ବ୍ଯବଛେଦ ପାଇଁ ଭର୍ତ୍ତି କରିବା ସହ ଏକ ନୂତନ ଅପମୃତ୍ଯୁ ମାମଲା କେଶ ନଂ ୧୦ ରୁଜୁ କରିଛି ।ପୋଲିସ ଘଟଣାର ତଦନ୍ତ କରୁଛି ।ମୃତକର ନାମ ଆନିକୁଲ ସେଖ(୩୫) ,ଘର ପଶ୍ଚିମବଙ୍ଗର ମୁର୍ଷିଦାବାଦ ।ସେ ଏଠାରେ ଆସି ଦୁନ୍ଦୁ ଗ୍ରାମର ସଲିମ ମାଷ୍ଟର ଈରେ ଭଡା ରହି ଆଖପାଖ ଅଞ୍ଚଳରେ ଘର ନିର୍ମାଣ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ