ବିଜେପି ପକ୍ଷରୁ କମ୍ବଳ ବଣ୍ଟନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିବସ ପାଳନ ଅବସରରେ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ରାମଚନ୍ଦ୍ରପୁର ପଞ୍ଚାୟତ ଭୂତିଆ ଆଦିବାସୀ ସାହି ଠାରେ କମ୍ବଳ ବଣ୍ଟନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତା ବଦ୍ରୀ ନାରାୟଣ ଧଳ ଯୋଗଦେଇ ଉପସ୍ଥିତ ଆଦିବାସୀ ମହିଳା ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଯୁବନେତା ସ୍ୱରାଜ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମହାପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ଭଗବାନ ସାମଲ, କ୍ଷୀରୋଦ ରାୟ, ସମୀର ରାଉତ, କୃପାସିନ୍ଧୁ ବାରିକ ପ୍ରମୁଖ ଯୋଗଦେଇ ଭାରତରତ୍ନ ବାଜପେୟୀଙ୍କ ସ୍ମୃତିଚାରଣ କରିଥିବାବେଳେ କମ୍ବଳ ବଣ୍ଟନରେ ସହଯୋଗ କରିଥିଲେ ।


