ବିଡିଓଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଦ୍ରକ ବିଡିଓ ଦାମୋଦର ଖୁଣ୍ଟିଆଙ୍କ ବିୟୋଗରେ ଭଣ୍ଡାରିପୋଖରୀ ବ୍ଲକ ଆଲିହା ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ହୋଇଯାଇଛି । ଆଲିହା ନାଟ୍ୟ ସଂସଦ ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଶିକ୍ଷକ ନିରାକାର ରାଉତ ସଭାପତିତ୍ୱ କରିଥିଲେ । ଏଥିରେ ନାଟ୍ୟ ନିର୍ଦ୍ଦେଶକ ମାର୍କଣ୍ଡ ଚରଣ ସାହୁ, ସଂଗୀତ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଓ ନୃତ୍ୟ ନିର୍ଦ୍ଦେଶକ ପ୍ରଫୁଲ୍ଲ ଦାସ ଯୋଗଦେଇ ସ୍ୱର୍ଗତ ଖୁଣ୍ଟିଆ ଏକାଧାରରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ସହିତ ନାଟ୍ୟ ଓ କଳା ଅନୁରାଗୀ ଥିଲେ ବୋଲି ମତ ଦେଇଥିଲେ । ୨୦୧୮ମସିହାରେ ଆଲିହାଶୁଣୀ ନାଟ୍ୟ ମଞ୍ଚରେ କାଲିର ବନ୍ଧନ କଳା ଚନ୍ଦନ ଓ ଜୁଇରେ ଜଳୁଛି ଜିଅନ୍ତା ଶବ ଦୁଇଟି ନାଟକରେ ସେ ଅଭିନୟ କରି ଅଞ୍ଚଳର ଜନମାନସରେ ଖୁବ ଉଚ୍ଚପ୍ରସଂଶିତ ହୋଇପାରିଥିଲେ । ତାଙ୍କର ଅକାଳ ବିୟୋଗରେ ନାଟ୍ୟ ସଂସଦ ପକ୍ଷରୁ ସମ୍ପାଦକ ସୁଶାନ୍ତ ଜେନା, ଅକ୍ଷୟ ଶଙ୍ଖୁଆ, ବିଦ୍ୟାଧର ପରିଡା, ଗଗନ ଶଙ୍ଖୁଆ, ମହେନ୍ଦ୍ର ସାମଲ, ଟୁଲୁ ଜେନା, ଶଶିକାନ୍ତ ଶଙ୍ଖୁଆ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଆତ୍ମାର ସଦଗତି ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ