ବ୍ଲକ ବିଜେଡି ପକ୍ଷରୁ ୨୪ତମ ପ୍ରତିଷ୍ଠା ଦିବସ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ବିଜେଡି ପକ୍ଷରୁ ଦଳର ୨୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ବିଜୁ ଜନତା ଦଳ ୪କୋଟି ଓଡିଶାବାସୀଙ୍କ ବଳ ବୋଲି ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଏହାଛଡା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଜନକଲ୍ୟାଣ କାରୀ କାର୍ଯ୍ୟକୁ ବିରୋଧି ଦଳମାନେ ସହ୍ୟ ନକରି ବିଭିନ୍ନ ସମୟରେ ଅପପ୍ରଚାର କରୁଥିବା ଶ୍ରୀ ସାମଲ ସୂଚନା ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଦଳ ପୁଣି ବିଜୟ ଲାଭକରି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବେ ବୋଲି ବିଧାୟକ ଦୃଢୋକ୍ତି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଭୀଷ୍ମମହ ଭାବେ ପରିଚିତ ବରିଷ୍ଠ ନେତା ସୁଧାକର ନନ୍ଦ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଯୋଗୁ ଓଡିଶା ଆଜି ପ୍ରଗତି ପଥରେ ଆଗେଇ ଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସୁଶାସନର ପ୍ରତିଫଳନ ନିଶ୍ଚିତ ଦେଖିବାକୁ ମିଳିବ ବୋଲି କହିଥିଲେ । ତେଣୁ ସମସ୍ତେ ଏକତ୍ରିତ ହୋଇ ଏବେ ଠାରୁ ଲୋକଙ୍କ ସହିତ ରହି ଦଳ ପାଇଁ କାର୍ଯ୍ୟ କରିବାକୁ ସେ କହିଥିଲେ । ସେହିଭଳି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରୟାସକାନ୍ତି ସାମଲ, ବରିଷ୍ଠ ବିଜେଡି ନେତା ରଘୁନାଥ ପଣ୍ଡା, ହାଡିବନ୍ଧୁ ସେନାପତି, ରଶ୍ମିତା ପାଢୀ, ରୀତାଞ୍ଜଳୀ ସାମଲ,ସୁରେନ୍ଦ୍ର ପାଲ, ପିତାମ୍ବର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜେଡି ଜିଲ୍ଲା ଉପସଭାପତି ପ୍ରଣିତକାନ୍ତି ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଯୁବ ସଭାପତି ଲଳିତ କୁମାର ରାଉତ, ଉତ୍କଳକେଶରୀ ମହାନ୍ତି, ଗଗନ ବିହାରୀ ସେଠୀ, ସଦାଶିବ ଦାସ, ସତ୍ୟାନନ୍ଦ ମହାପାତ୍ର, ଦେବେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଯୁବନେତା ଦେବବ୍ରତ ଜେନା, ଦିଲ୍ଲିପ ପୃଷ୍ଠି, ଅରୁଣ ରାଉତ, ଆକାଶ ନାୟକ, ପର୍ଶୁରାମ ପଣ୍ଡା, ଶୋଭନ କୁମାର ସାହୁ, ସଞ୍ଜିବ ରାଉତ, ତୁଷାର ମିଶ୍ର, ପର୍ଶୁରାମ ଶଙ୍ଖୁଆ, ସୌମ୍ୟରଞ୍ଜନ ଜେନା, ଦୁର୍ଯ୍ୟୋଧନ ଜେନା, ରାଜେଶ ବାରିକ, ପ୍ରଣୟ ସାମଲ, ବିଶ୍ୱରଞ୍ଜନ ଜେନା, ରବିନ୍ଦ୍ର ବେହେରା, ସଜନୀକାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଗୀତିକାର ତଥା କବି ନାରାୟଣ ଚନ୍ଦ୍ର ପୋଥାଳ ସଂଗୀତ ପରିବେଷଣ କରିଥିବାବେଳେ ଜିଲ୍ଲା ଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


