ଜୟ ଦୁର୍ଗା ଫାଉଣ୍ଡେସନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ବଞ୍ଚୋ ଚମ୍ପିୟନ

ହାଟଡିହି,(ବିକାଶ ବିଶ୍ୱାଳ ): ହାଟଡିହି ବ୍ଲକ ସୁଲଣ ବାଲି ପଡିଆ ଠାରେ ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ମା ବରାହୀ କ୍ରିକେଟ କ୍ଲବ ବଞ୍ଚୋ ପଞ୍ଚୁଗେରଛିଆ ୪ଉଇକେଟରେ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପଞ୍ଚୁଗୋଟିଆ ନିର୍ଦ୍ଧାରିତ ୧୫ଓଭରରେ ୧୧୮ରନ ସଂଗ୍ରହ କରିଥିବାବେଳେ ମା ବରାହୀ କ୍ରିକେଟ ଟିମ ୬ଉଇକେଟ ହରାଇ ୧୧୯ରନ କରି ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦୈତାରୀ ନାୟକ, ସମ୍ମାନୀତ ଅତିଥି ଭାବେ ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, କଟକ କିନ୍ନର ସଂଘର ସମ୍ପାଦକ ଶୀତଲ କିନ୍ନର, ସମାଜସେବୀ ମାନସ ରଞ୍ଜନ ପଣ୍ଡା, ସୁବାସ ସାହୁ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଭାବେ ଆଶୁତୋଶ ବଳିୟାରସଂ, ମ୍ୟାନ ଅଫ ଦ ସିରିଜ ଭାବେ ମାନସ ରଣାଙ୍କୁ ପୁରସ୍କୃତ କରାଯାଇଥିଲା । ସତ୍ୟାନନ୍ଦ ନାୟକ ଓ ଜ୍ୟୋତି ପ୍ରକାଶ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ପ୍ରଣବ ଚକ୍ର, ସର୍ବେଶ୍ୱର ମହାନ୍ତି ଏବଂ ଅର୍ଜୁନ ଖଣ୍ଡା ସ୍କୋରର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସୁର୍ଯ୍ୟକାନ୍ତ ଜେନା, ମଣ୍ଟୁ ଜେନା, ମନମୋହନ ଜେନା, ଅନିଲ ନାୟକ ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଜୟା ଜେନା, ରଜତ ଜେନା, ସତ୍ୟପ୍ରକାଶ ଜେନାଙ୍କ ସମେତ ମା ତାରିଣୀ ସେବାସଂସ୍ଥା ସୁଲଣ ଓ ରୁସ୍ତମ କ୍ରିକେଟ କ୍ଲବର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ