ପୋଡିଯାଇ ଜଣେ ଗୁରୁତର
ମଞ୍ଜୁରୀରୋଡ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ସାତଶୋଳା ଗ୍ରାମରେ ଜଣେ ନାବାଳିବା ପୋଡିଯାଇ ଗୁରୁତର ହୋଇଥିବା ଜଣାଯାଇଛି । ସାରୋ ଗ୍ରାମର ସ୍ୱର୍ଗତ ଅଭିରାମ ନାୟକଙ୍କ ପରିବାର ସାତଶୋଳା ଠାରେ ଏକ ଭଡା ଘରେ ରହୁଥିଲେ । ଗୁରୁବାର ଦିନ ପ୍ରାୟ ୧୧.୩୦ମି. ସମୟରେ ସ୍ୱର୍ଗତ ନାୟକଙ୍କ ଝିଅ ସ୍ୱସ୍ତିକା ନାୟକ(୧୭) କୌଣସି କାରଣରୁ ନିଆଁରେ ପୋଡିହୋଇ ଗୁରୁତର ହୋଇଥିଲେ । ପଡୋଶୀମାନେ ନାବାଳିକାକୁ ମଞ୍ଜୁରୀରୋଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାକୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସ୍ୱସ୍ତିକାଙ୍କର ଦେହର ଅର୍ଦ୍ଧାଧିକ ଭାଗ ପୋଡିଯାଇଥିବାରୁ ଭଦ୍ରକରୁ କଟକ ପଠାଯାଇଥିବା ଜଣାଯାଇଛି ।


