ପାରାଦୀପକୁ ବିଶ୍ୱସ୍ତରୀୟ ବନ୍ଦର କରିବା ନିଷ୍ପତିକୁ ସ୍ୱାଗତ କଲେ ବନ୍ଦର ଅଧ୍ୟକ୍ଷ
ପାରାଦୀପ,(ପୀତବାସ ପ୍ରଧାନ): ର୍ଥନୈତିକ ବ୍ୟାପାର ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ କମିଟି ଦ୍ୱାରା ପାରାଦୀପ ବନ୍ଦରର ନବୀକରଣ ତଥା ବିଶ୍ୱସ୍ତରୀୟ କରିବା ପାଇଁ ହୋଇଥିବା ନିଷ୍ପତିକୁ ନେଇ ବନ୍ଦରର କର୍ମଚାରୀ ତଥା ଅଧିକାରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରର ଶ୍ରୀ ମନସୁଖ ମଂଡୀବୀୟ ଙ୍କ ଦ୍ୱାରା ୱେଷ୍ଟ୍ରନ୍ ଡକ୍ର ବିକାଶ ପାଇଁ ୩୦୦୪.୬୩କୋଟି ଟଙ୍କାର ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ବିନିତ୍ କୁମାର । ପାରାଦୀପ ବନ୍ଦର ଲାଗି ଏହା ଏକ ମହାତାକାଂକ୍ଷୀ ପ୍ରକଳ୍ପ ବୋଲି ପ୍ରକାଶ କରିଛନ୍ତି । ଉଚ୍ଚ ବିଶ୍ୱସ୍ତରୀୟ ଜ୍ଞାନ କୌଶଳରେ ନୂତନ ଜେଟ୍ଟି ର ନିର୍ମାଣ କରାଯିବ । ଏହା ଦ୍ୱାରା ବନ୍ଦର ର କ୍ଷମତା ତଥା କାର୍ଯ୍ୟ ଦକ୍ଷତାରେ ଅଭିବୃଦ୍ଧି ହେବ । ପ୍ରକଳ୍ପ ସହିତ ପ୍ରତ୍ୟେକ୍ଷ ଭାବେ ଜଡିତ ଅଧିକାରୀ ତଥା କର୍ମଚାରୀ ଯେଉଁ ମାନେ ଏହାର ଅଗ୍ରଗତିରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ବନ୍ଦର ଅଧ୍ୟକ୍ଷ ଶ୍ରୀ କୁମାର ସାଧୁବାଦ ଜଣାଇଛନ୍ତି ।


