ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ବନ୍ଧୁମିଳନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ଏକ ବନ୍ଧୁ ମିଳନ ଉତ୍ସବ ସଙ୍ଘର ସଭାପତି ନିତ୍ୟାନନ୍ଦ ମହାନ୍ତିଙ୍କ ପୈାରହିତ୍ୟରେ ସଙ୍ଘର ବଡବାରଙ୍ଗସ୍ଥିତ କାର୍ଯ୍ୟାଳୟ ପରିସରରେ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପ୍ରସ୍ତାବିତ ସଙ୍ଘର ଦିବଗଂତ ସଭ୍ୟ ସୁରେଶ ଚନ୍ଦ୍ର ଗୋଛାୟତଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ୨୦୨୦ମସିହାରେ ଦୁର୍ବିସହ ସୃଷ୍ଟି କରିଥିବା କରୋନାର ସମୂଳ ବିନାଶ ହୋଇ ୨୦୨୧ମସିହା ନୂତନବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି କାମନା କରାଯାଇ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବନ୍ଧୁମିଳନ ଉତ୍ସବରେ ଗୈାରାଙ୍ଗ ଚରଣ ସାହୁ, ଦୁର୍ଯ୍ୟୋଧନ ସେଠୀ, ମାଧବାନନ୍ଦ ମହାପାତ୍ର, କ୍ଷୀରୋଦ ଚନ୍ଦ୍ର ବେହେରା, ପ୍ରମୋଦ ସାହାଣୀ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ମୁଦୁଲି, ରାମଚନ୍ଦ୍ର ସେଠୀ, ଉଦୟନାଥ ସାହୁ, ପ୍ରସନ୍ନ କୁମାର ସ୍ୱାଇଁ, ନିତ୍ୟାନନ୍ଦ ସେଠୀ ପ୍ରମୁଖ ଯୋଗଦେଇ ଦୀର୍ଘ ୯ମାସ ପରେ ଏହି ବନ୍ଧୁମିଳନ ଉତ୍ସବ ନିମନ୍ତେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ । ଶେଷରେ ସଙ୍ଘର ଉପସଭାପତି ସୈାର ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।