କନ୍ଧମାଳରେ କରୋନା ଟୀକା କରଣ ପାଇଁ ଡ୍ରାଏ ରନ :୨୫ ଜଣଙ୍କୁ ଡ୍ରାଏ ରନ୍ ଟିକା ପ୍ରଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଟିକା ପାଇଁ ଡ୍ରାଏ ରନ୍ ଅନୁଷ୍ଠିତ ହୋଇ ଯାଇଛି । ୨୫ ଜଣଙ୍କୁ ଡ୍ରାଏ ରନ୍ ଟିକା ପ୍ରଦାନ କରାଯାଇଥିଲା। ଟିକା ପ୍ରଦାନ ପରେ ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ନେଇ ସଚେତନ କରାଯାଇଥିଲା । ଟିକାକରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି । ପ୍ରଥମ ପର୍ଯ୍ୟାୟାରେ ଜିଲ୍ଲାର ୭ହଜାର ୭୬୨ ଜଣ ସ୍ବାସ୍ଥ୍ୟ ଓ ଅଙ୍ଗନବାଡି କର୍ମୀଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ । ଏଥି ନିମନ୍ତେ ସେମାନଙ୍କ ନାମ ପଂଜିକରଣ କରାଯାଇଛି । ଡ୍ରାଏ ରନ୍ ଟିକାକରଣ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ପ୍ରସନ୍ନ କୁମାର ତ୍ରିପାଠୀ,ଡା.କଲ୍ୟାଣୀ ମିଶ୍ର, ଡା,ପ୍ରଭାକର ସାହୁ ଏବଂ ଡା.ବସନ୍ତ କୁମାର ପାତ୍ର ଏବଂ ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ଅଧିକାରୀ ଆଣିଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଟିକାକରଣ ପୂର୍ବରୁ କେଉଁଠି ଓ କେବେ ଟିକା ଦିଆଯିବ ତାପୂର୍ବରୁ ସୂଚନା ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ସଂଧ୍ୟାରେ ଡ୍ରାଏ ରନ୍ ଟିକାକରଣର ପ୍ରସ୍ତୁତି ନେଇ ଡାକ୍ତର ଓ କର୍ମଚାରୀଙ୍କୁ ସହ ଭଚୁର୍ଆଲ ମାଧ୍ୟମରେ ଜିଲ୍ଲାପାଳ ଡା.ବୃନ୍ଦା ଡି ଆଲୋଚନା କରିଥିବା ଜଣା ପଡିଛି। ସଂପ୍ରତି କନ୍ଧମାଳରେ କରୋନା ସଂକ୍ରମିତ ଜିରୋ ଥିବା ବେଳେ ଭ୍ୟାକ୍ସିନ ଆସୁ ଯାଉଥିବାରୁ ଏହାକୁ ନେଇ ସମସ୍ତେ ବେଶ ଉତ୍ସାହିତ ହୋଇ ପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ