ରୋହିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଫାଇନାଲ ମ୍ୟାଚ;ତରାସାହି ରାଜଧାନୀ କ୍ଲବ ଚମ୍ପିଆନ

ନାଉଗାଁ,(ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କୋରୁଅ ପଂଚାୟତ ଡାହାଣୀଖିଆସ୍ଥିତ ଜଟାଧାରୀ କ୍ରିକେଟ ଗ୍ରାଉଣ୍ଡରେ ରାଇଜିଂ ଫିଉଚର କ୍ଲବ ପକ୍ଷରୁ ଆୟୋଜିତ ରୋହିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ପ୍ରଥମେ ତରାସାହିର ରାଜଧାନୀ କ୍ଲବ ଦଳ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ନେଇ ୧୫ ଓଭରରେ ୮ଉଇକେଟ ହରାଇ ୧୧୨ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଗାରୋଇ ପଂଚସଖା କ୍ଲବ ଦଳ ୧୫ ଓଭରରେ ୮ଉଇକେଟ ହରାଇ ୧୧୦ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ତରାସାହିର ରାଜଧାନୀ କ୍ଲବ ଦଳ ୨ ରନରେ ବିଜୟ ଲାଭ ଜରିଥିଲା । ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, କୋରୁଅ ପଂଚାୟତର ସରପଂଚ ଅରଣ୍ୟ ନାୟକ, ପ୍ରତ୍ୟୁଷ ପରିଡା, ବଛାଳୋ ସରପଂଚ ନରୋତମ କାଣ୍ଡି, ସମ୍ମାନିତ ଅତିଥି ଭାବେ ପଂଚାୟତ ବିଜେଡି ଯୁବ ସଭାପତି ସୁଶାନ୍ତ ପରିଡା, ରଂଜନ ଦାସ,ସମାଜସେବୀ କୈଳାଶ ଦଳାଇ, କୃତିବାସ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ମ୍ୟାଚକୁ କ୍ଲବର ଉତ୍କଳ କେଶରୀ ପରିଡା, ଅନାଥ ପରିଡା, ତୁଷାରକାନ୍ତ ନାୟକ, ଜଟାଧାରୀ ନାୟକ, ସ୍ମୃତିରଂଜନ ନାୟକ, ଚିରଂଜିବ ନାୟକ, ତୋଫାନ ମହାନ୍ତି, ରାଜେଶ ଭଟ୍ଟଙ୍କ ସମତେ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ