‘କୌଣସି ଧର୍ମ ସହିତ ମୋର ସମ୍ପର୍କ ନାହିଁ ‘

“କୌଣସି ଧର୍ମ ସହିତ ମୋର ସମ୍ପର୍କ ନାହିଁ ‘? ଏକଥା କହିଛନ୍ତି ବିଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନ । ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ  “କୌନ୍ ବନେଗା କରୋଡପତି ‘ର ଏକ ବିଶେଷ ଏପିସୋଡ଼ରେ ସେ ଏ କଥା କହିଥିଲେ । ସେ କହିଥିଲେ, “ମୋର ସାଙ୍ଗିଆ ବଚ୍ଚନ କୌଣସି ଧର୍ମ ସହିତ ସମ୍ବନ୍ଧ ରଖେ ନାହିଁ । କାରଣ ମୋ ବାପା ଏହାର ବିରୋଧୀ ଥିଲେ । ପୂର୍ବରୁ ମୋ ସାଙ୍ଗିଆ  “ଶ୍ରୀବାସ୍ତବ ‘ ଥିଲା । କିନ୍ତୁ ଆମେ ଏହି ସାଙ୍ଗିଆ ଉପରେ କେବେ ବିଶ୍ୱାସ କରୁ ନଥିଲୁ । ମୁଁ ଆଜି ଗର୍ବ ଅନୁଭବ କରୁଛି ଯେ ଆମ ପରିବାରର ଏହି ସାଙ୍ଗିଆ ରଖିବାରେ ମୁଁ ହେଉଛି ପ୍ରଥମ ସଦସ୍ୟ । ଅମିତାଭ କହିଥିଲେ ଯେ ସେ କିଡରଗାର୍ଡେନ୍ ସ୍କୁଲରେ ନାଁ ଲେଖାଇବା ବେଳେ ତାଙ୍କ ସାଙ୍ଗିଆ ପଚରା ଯାଇଥିଲା । ଏହା ପରେ ତାଙ୍କ ବାପା  “ବଚ୍ଚନ ‘ ବୋଲି କହିଥିଲେ । ଏପରିକି ଜନଗଣନା କର୍ମଚାରୀ ଅମିତାଭଙ୍କୁ ତାଙ୍କ ଧର୍ମ ବିଷୟରେ ପଚାରିଲେ ସେ କହନ୍ତି ତାଙ୍କର କୌଣସି ଧର୍ମ ନାହିଁ । ସେ ଜଣେ ଭାରତୀୟ । ଶୌଚାଳୟ ସଫା କରୁଥିବା ଲୋକଙ୍କୁ ମଧ୍ୟ ତାଙ୍କ ପରିବାର ସମ୍ମାନ ଦିଏ ବୋଲି ଅମିତାଭ କହିଥିଲେ । ସେ ଆହୁରି କହିଥିଲେ ଯେ ତାଙ୍କ ବାପା ତାଙ୍କ ଆଖପାଖରେ ରହୁଥିବା ସବୁ ଲୋକଙ୍କୁ ଭଲ ପାଉଥିଲେ । ଏଥିପାଇଁ ସେ ଗର୍ବ କରନ୍ତି । ପରିବାରର ପରମ୍ପରା ଅନୁସାରେ ହୋଲିରେ ସବୁଠାରୁ ବଡ଼ ଓ ସମ୍ମାନିତ ବ୍ୟକ୍ତିଙ୍କର ପାଦରେ ପ୍ରଥମେ ରଙ୍ଗ ଲଗାଯାଏ । ଏମିତିକି ହୋଲି ଉତ୍ସବ ଆରମ୍ଭ ପୂର୍ବରୁ ତାଙ୍କ ବାପା ହରିବଂଶ ରାୟ ବଚ୍ଚନ ଶୌଚାଳୟ ସଫା କରୁଥିବା ଲୋକଙ୍କ ପାଦରେ ରଙ୍ଗ ଲଗାଉଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ