ମୃଣାଳଙ୍କୁ ମିଳିଲା ବଡ଼ ଅଫର୍
ଚଳିତ ବର୍ଷଟି ବଲିଉଡ୍ ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ଖୁବ୍ ଲକି ସାବ୍ୟସ୍ତ ହାଇଛି । “ସୁପର୍ ୩୦ ‘ ଓ “ବାଟଲା ହାଉସ୍ ପରି ଦୁଇଟି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପରେ ତାଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି । ଏହି ଦୁଇ ଫିଲ୍ମରେ ସୁପରଷ୍ଟାର ହ୍ରିତ୍ରିକ୍ ରୋଶନ ଓ ଜନ୍ ଅବ୍ରାହମ୍ଙ୍କ ସହିତ ଅଭିନୟ କରିବା ପରେ ମୃଣାଳ ଏବେ ଫରହାନ ଅଖତରଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି । ଫରହାନ୍ଙ୍କ ଫିଲ୍ମ “ତୁଫାନ୍ ‘ରେ ତାଙ୍କୁ ଲିଡ୍ ରୋଲରେ ଅଭିନୟ କରିବା ପାଇଁ ଅଫର୍ ମିଳିଛି ।


