ବିପୁଳିଙ୍ଗି ଠାରେ ଧାନ ମଣ୍ଡି ଖୋଲିଲା

ଛତ୍ରପୁର,(ଦେବଦତ୍ତ ମହାରଣା) : ଯୋଗାଣ ବିଭାଗ ଓ ମିସନ ଶକ୍ତି ପକ୍ଷରୁ ଛତ୍ରପୁର ବ୍ଲକ ଅଧୀନ ବିପୁଳିଙ୍ଗି ପଞ୍ଚାୟତର ମା’ ବୃନ୍ଦାବତୀ ଆତ୍ମ ସହାୟକ ସଂଘ (ଏସଏଚଜି) ପକ୍ଷରୁ ଚାଷୀଙ୍କ ଧାନ ସଂଗ୍ରହ ଲାଗି ମଣ୍ଡି ଖୋଲାଯାଇଛି । ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଖୋଲାଯାଇଥିବା ମଣ୍ଡିକୁ ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମିତି ଭ୍ୟ ଜୟଦେବ ଲେକା, ମିସନ ଶକ୍ତିର ଜିଲ୍ଲା ସଂଯୋଜକ ଶାଶ୍ୱତ କୁମାର ସାହୁ, ପୂର୍ବତନ ସରପଞ୍ଚ ସୁବାସ ଚୌଧୂରୀ, ସିମାଞ୍ଚଳ ପଣ୍ଡା, ଅରୁଣ ପଣ୍ଡା, କେ.ରାମଚନ୍ଦ୍ର ରେଡ୍ଡୀ, ମିସନ ଶକ୍ତିର ବିଏମଏସସି ରଚନା ପ୍ରଧାନ, ବିପିଏ ଶିବାନୀ ମହାରଣା, ସୁପରଭାଇଜର ସଂଯୁକ୍ତା କୁମାରୀ ନନ୍ଦ, ମା’ ବୃନ୍ଦାବତୀ ଆତ୍ମ ସହାୟକ ସଂଘର ସଭାପତି ଗୀତା ଖୁଣ୍ଟିଆଙ୍କ ସମେତ ପଞ୍ଚାୟତର ବହୁ ମହିଳାମାନେ ଉପସ୍ଥିତ ଥିଲେ । ଏହି ମଣ୍ଡିରେ ବିପୁଳିଙ୍ଗି, କତୁରୁ, ତେଲାପଲ୍ଲୀ ଗେଦଲପଲ୍ଲୀ, ରାଜନାପଲ୍ଲୀ ଓ ଲୋକନାଥ ପୁର ଗ୍ରାମର ପ୍ରାୟ ୪୯୪ଜଣ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ପଞ୍ଜୀକରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ