କୋଭିଡ ଟୀକା ପାଇଁ ଡେମୋ ପ୍ରସ୍ତୁତି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଡେମୋ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର(ରାଜସ୍ୱ), ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ବିଡିଓ ବିଜୟ କୁମାର ସାହୁ, ଡାକ୍ତର ଜୟନ୍ତ କୁମାର ପଣ୍ଡା, ମୁରଲୀଧର ନାୟକ, ସିବାଶିଷ ମହାରଣା, ସନ୍ତୋଷ ପୃଷ୍ଟି ପ୍ରମୁଖ ଯୋଗଦେଇ କରୋନା ଟୀକା କରଣ ଡେମୋ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଟୀକା ଆସିବା ପରେ କେଉଁଭଳି ଭାବେ ଏହାର ବ୍ୟବହାର ହେବ ସେ ଦିଗ ଉପରେ ଅଧିକାରୀମାନେ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ । ଏନେଇ କମ୍ପ୍ୟୁଟର ଅନଲାଇନ ଠାରୁ ଆରମ୍ଭ କରି ମୋବାଇଲ ଯାଏଁ ହେଉଥିବା ସମସ୍ତ କାର୍ଯ୍ୟ ଉପରେ ମଧ୍ୟ ବିଶ୍ଳେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ଟୀକାକରଣ ସମ୍ବନ୍ଧୀୟ ଡେମୋ ପାଇଁ ଅନେକ ବ୍ୟକ୍ତି ଯୋଗଦେଇଥିଲେ । ମେଡିକାଲର ବିପିଏମଓ ରଶ୍ମିରେଖା ପୃଷ୍ଟି, ଜନସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ, ଫାର୍ମାସିଷ୍ଟ ପଙ୍କଜ ବେହେରା, ସୁରଭାଇଜର ମନୋରଞ୍ଜନ ରାଉତ, ରଞ୍ଜିତ ବରାଳ, ଲଲାଟ ପାଢୀ ପ୍ରମୁଖ ଡେମୋ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।