ଛତ୍ରପୁର ଉପଖଣ୍ଡର ରାଜସ୍ବ  ସମୀକ୍ଷା ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା):   ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ଉପଖଣ୍ଡର ରାଜସ୍ବ ସମୀକ୍ଷା  ବୈଠକ  ଉପଜିଲ୍ଲାପାଳ  ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପଖଣ୍ଡର ସମସ୍ତ ତହସିଲଦାର,  ଅତିରିକ୍ତ ତହସିଲଦାର , ରାଜସ୍ବ ସୁପରଭାଇଜର ଏବଂ ସମସ୍ତ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ l  ନିଜ ନିଜ ଅଞ୍ଚଳର ବନ୍ଦ  ଥିବା ବାଲି ଖାଦାନ ଏବଂ ପଥର ଖାଦାନ କୁ ତୁରନ୍ତ ଚାଲୁ କରିବା ନିମନ୍ତେ ବିଜ୍ଞପ୍ତି ଜାରିକରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ତାଗିଦ୍ କରିଥିଲେ l ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା  ରାଜସ୍ଵ ଏବଂ ଡି ସି ବି ଲକ୍ଷ୍ୟ ଶତପ୍ରତିଶତ ଭାବେ  ପୁରାଣ କରିବାପାଇଁ  ସମସ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l  ସରକାରୀ ଜମି ଅବରୋଧ ଚି଼ହ୍ନଟ କରି ତାର ସୁରକ୍ଷା ନିମନ୍ତେ ଗୁରୁତ୍ୱ ଦେଇଥିଲେ  l ଲଘୁ ଖଣି ଖାଦନର ସୁଚାରୁ ପରିଦର୍ଶନ କରି ବେଆଇନ ଆମଦାନୀ ଓ ରପ୍ତାନି ଉପରେ ତୀକ୍ଷଣ ଦୃଷ୍ଟି ଦେବା ପାଇଁ ପରାମର୍ଶ ଦେଇଥିଲେ l ଗତ ଆର୍ଥିକ ବର୍ଷରେ ଛତ୍ରପୁର ଉପଖଣ୍ଡର ସଠିକ୍ ରାଜସ୍ବ ଆଦାୟ ପାଇଁ  ସମସ୍ତ ତହସିଲଦାର ମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଏହି ବର୍ଷ ମଧ୍ୟ ଧାର୍ଯ୍ୟଲକ୍ଷ ଠାରୁ ଅଧିକ ରାଜସ୍ୱ ଆଦାୟ କରିବା ଦିଗରେ ଗୁରୁତ୍ଵାରୋପ କରିଥିଲେ l  ବକେୟା ବେବନ୍ଦୋବସ୍ତ ଏବଂ ଗ୍ରାମକଣ୍ଠ କେସ୍ ଗୁଡ଼ିକୁ ତ୍ୱରାନ୍ୱିତ କରି ହିତାଧିକାରୀ ମାନଙ୍କୁ ଶୀଘ୍ର ପଟା ପ୍ରଦାନ କରିବାକୁ ଜୋର୍ ଦେଇଥିଲେ l ଦାଖଲ ଖାରଜ ମାମଲାରେ ସମୟାନୁବର୍ତ୍ତିତା ହୋଇ ଧାର୍ଯ୍ଯ ସମୟରେ ଫଇସଲା କରିବାକୁ ଆଦେଶ ଦେଇଥିଲେ l ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ଥଇଥାନ ନିମନ୍ତେ ବକେୟା ଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି  ହିତାଧିକାରୀ ମାନେ ଯେପରି ସମସ୍ତ ସୁବିଧା ଉପଲବ୍ଧ କରିପାରିବେ ସେଥିପାଇଁ  ଧ୍ୟାନ ଦେବାପାଇଁ ଶ୍ରୀ ପୃଷ୍ଟି ପରାମର୍ଶ ଦେଇଥିଲେ  l ସରକାରଙ୍କ 5 ଟି ଓ ମୋ ସରକାର କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁପାଳନ କରି ଜନସାଧାରଣଙ୍କ ସର୍ବାଙ୍ଗୀନ ସୁବିଧା ଦେବା ଦିଗରେ ଗୁରୁତ୍ୱ ଆରୋପ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଅଶୋକ କୁମାର ପ୍ରଧାନ,  ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥୀ, ରାଜସ୍ୱ ସହାୟକ ଅଖିଳ ସାବତ ଏବଂ ମଧୁସ୍ମିତା ନାୟକ  ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ