ସାନକୋଦଣ୍ଡା ଠାରେ ଅଟୋ ଓଲଟି ୪ ଗୁରୁତର ଆହତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ଥାନା ଅନ୍ତର୍ଗତ ସାନକୋଦଣ୍ଡା-ରାଜକୁଣ୍ଡ ମୁଖ୍ୟ ସଡକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଅଟୋ ଓଲଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଅଟୋଟି ଭଞ୍ଜନଗରରୁ ଯାତ୍ରୀ ଧରି ବାହାଡ଼ାପଦର ଗ୍ରାମ ଅଭିମୁଖେ ଆସୁଥିବା ବେଳେ ସାନକୋଦଣ୍ଡା – ରାଜକୁଣ୍ଡ ଗ୍ରାମକୁ ସଂଯୋଗ କରୁଥିବା ଏକ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଏଥିରେ ୪ଜଣ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ୩ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ