ମଦରର୍ସ ପବ୍ଲିକ୍ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଭୁବନେଶ୍ୱର ୧ ନମ୍ବର ୟୁନିଟ୍ ଠାରେ ଥିବା ମଦରର୍ସ ପବ୍ଲିକ୍ ସ୍କୁଲ୍ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୨୦୨୧ ଜାନୁୟାରୀ ୮ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସୁରକ୍ଷା ମାର୍ଗଦର୍ଶିକା ଆଧାରରେ ସ୍କୁଲ ଖୋଲାଯାଇଛି । ଏନେଇ ବିଏମ୍ସିରେ ଜାନୁୟାରୀ ୬ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଅଭିଭାବକଙ୍କ ସହିତ ସ୍କୁଲ ପରିଚାଳନା ବୋର୍ଡ ପକ୍ଷରୁ ଜାନୁୟାରୀ ୭ରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍କୁଲରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ପରିଚାଳନା ବୋର୍ଡ ଅଭିଭାବକଙ୍କ ମତାମତ ଲୋଡ଼ିଥିଲେ । ସୁରକ୍ଷିତ ଭାବେ କ୍ଲାସ୍ କରାଯିବା ନେଇ ସ୍କୁଲ୍ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବ୍ୟାରିକେଡ୍ ଟେମ୍ପରେଚର ଯାଂଚ ଏବଂ ସାନିଟାଇଜ୍ ସୁବିଧା ଉପଲବ୍ଧ କରାଯାଇଛି । ଛାତ୍ରଛାତ୍ରୀମାନେ ଭିନ୍ନ ଭିନ୍ନ ଷ୍ଟେୟାର କେସ୍ ବ୍ୟବହାର କରୁଥିବା ସ୍କୁଲ ପକ୍ଷରୁ କୁହାଯାଇଛି । ଶ୍ରେଣୀ କକ୍ଷରେ ବାୟୁ ଚଳାଚଳ ବ୍ୟବସ୍ଥା ଭଲ ଭାବେ ରହିଛି । ପ୍ରତି ଶ୍ରେଣୀରେ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ବସିବାର ସୁବିଧା କରାଯାଇଛି । ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ମାସ୍କ୍ ପିନ୍ଧିବା ପାଇଁ କୁହାଯାଇଛି । ନିୟମିତ ସମୟ ବ୍ୟବଧାନରେ ସ୍କୁଲ ପରିସର, କ୍ଲାସ୍ ରୁମ୍, ୱାଶ୍ ରୁମ୍କୁ ସାନିଯାଇଜ୍ କରାଯାଉଛି । ଜରୁରିକାଳୀନ ସ୍ଥିତି ପାଇଁ ଏକ ଆଇସୋଲୋନ୍ ରୁମ୍ ମଧ୍ୟ ସ୍ଥାପନା କରାଯାଇଛି । ସିବିଏସ୍ଇ ସର୍କୁଲାର ନମ୍ବର-ଏସିଏଡି-୯୦/୨୦୨୦ ଅନ୍ତର୍ଗତ ଶିକ୍ଷକଙ୍କ ପାଖରେ ଫାଷ୍ଟ୍ ଏଡ୍ ମୋବାଇଲ୍ ଆପ୍ ପ୍ରଦାନ କରାଯାଇଛି ।


