ଆବାସ ଯୋଜନାରୁ ବଚିଂତ ଗୋଟିଏ ଗ୍ରାମ ୮ ପରିବାର

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରାଜ୍ୟ ଓ କେନ୍ଦ୍‌ର ସରକାର ବିଭିନ୍ନ ଭାଷଣ ବାଜି ପ୍ରଚାର ପ୍ରସାର ଜୋର କରି କୁହାନ୍ତି ଗରିବ ପରିବାରଙ୍କୁ ଭୂମିହୀନକୁ ଭୂମି ଯୋଗାଇବା, ରହିବା ପାଇଁ ବାସଗୃହ ନଥଲେ ବାସଗୃହ ଯୋଗାଇବା ଏବଂ ଖାଉଟି କାର୍ଡରେ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବା । ଏଭଳି ବିଭିନ୍ନ ଯୋଜନା ମାଳ ମାଳ କିନ୍ତୁ ଗରିବଙ୍କୁ ମିଳୁନି ଘର ଖଣ୍ଡେ । ଦିନ କଟୁଛି ଭଙ୍ଗା କୁଡିଆରେ ବାରମ୍ବାର ଖବର ପ୍ରସାରଣ ହେଲେ ମଧ୍ୟ ମୋହନା ବ୍ଳକର ଅଧିକାରୀଙ୍କ ନିଦ ଭାଙ୍ଗୁନି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ମୋହନା ବ୍ଳକର ୩୯ଟି ପଚାଂୟତ ମଧ୍ୟରୁ ପାଣିଗଣ୍ଡା ପଚାଂୟତର ତୋରାଣିପାଣି ଗ୍ରାମରେ । ଜାତୀୟ ରାଜପଥ ପାଶ୍ୱର୍ରେ ହିଁ ରହିଛି ଏହି ଗ୍ରାମ । ଗ୍ରାମର ଗୋଟିଏ ସାହିରେ ବସବାସ କରନ୍ତି ୧୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ । ସେଥି ମଧ୍ୟରୁ କିଛି ଲୋକଙ୍କୁ ମିଳିଛି ଇନ୍ଦିରା ଆବାସ ଓ କିଛି ଲୋକଙ୍କୁ ମିଳିନି ଘର ଖଣ୍ଡିଏ ଏହି ଗ୍ରାମରେ କୁଲି ମଜୁରିଆ ହୋଇଥିବା ବେଳେ ନିଜ ପରିବାରକୁ ପୋଷିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟରେ ଯାଇ କାମ କରିବାକୁ ପଡିଥାଏ । ବାରମ୍ବାର ସରପଚଂ, ପଚାଂୟତ ଅଧିକାରୀଙ୍କୁ ଗୁହାରୀ କରିଥିଲେ ମଧ୍ୟ ନା ମିଳି ପାରୁଛି ପକ୍କା ଘର ଖଣ୍ଡେ ନା ପିଇବା ପାଣି, ଏହି ଭଳି ଦୁଃଖ କଷ୍ଟରେ ଖରା ବର୍ଷା ଶୀତରେ ଭଙ୍ଗା କୁଡିଆରେ କଟୁଛି ୮ଟି ପରିବାରର ଜୀବନ । ଉଚିତ ହିତାଧିକାରୀଙ୍କୁ ମିଳୁନି ବିଜୁ ପକ୍କାଘର କିମ୍ବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା । କୋଟିପତିମାନେ ପଚାଂୟତ ଅଧିକାରୀ ଓ ସରପଚଂଙ୍କୁ ୫ ରୁ ୧୦ ହଜାର ଦେଇ ହାତାଉଛନ୍ତି ଆବସ ଯୋଜନା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବ୍ଳକ ଅଧିକାରୀମାନେ ମିଥ୍ୟା ଫୋଟ ଦେଖାଇ ବାହା ବାହା ମାରୁଛନ୍ତି । ଏଭଳି ଆଗରୁ ଅନେକ ଅଭିଯୋଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ନଜରକୁ ଆସିଥିବା କିଛି ଅଭିଯୋଗ ଗୋବିନ୍ଦପୁର ଗ୍ରାମର ୩୦ ବର୍ଷର ବିକଳାଙ୍ଗ ପୁଅକୁ ଧରି ଚଳୁଥିବା ବୁଢୀମାଙ୍କ ଦୁଃଖ ଦେଖି ରାଜ୍ୟ ସରକାର ୨୦ ହଜାର ଟଙ୍କା ଏବଂ ବିଜୁ ପକ୍କାଘର ଯୋଗାଇବା ପାଇଁ ଚିଠି କରିଥିଲେ କିନ୍ତୁ ତାହା ଚିଠି ରେ ହିଁ ରହିଗଲା । ବୁଢୀମାଙ୍କୁ ମିଳିଲା ୨୦ ହଜାର ଟଙ୍କା କିନ୍ତୁ ମିଳୁପାରୁନାହିଁ ପକ୍କା ଘର ଖଣ୍ଡେ । ସେହିଭଳି ଖଣି ଗ୍ରାମରେ ମଧ୍ୟ ପାଠ ପଢୀବା ପାଇଁ ଇଚ୍ଛା କରିଥିବା ଛାତ୍ରୀ ଜିଏକି ନିଜ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜରିଟାଣି ଭଙ୍ଗା କୁଡିଆରେ ନିଜ ମା ବାପା ଓ କୁନି କୁନି ଭାଇ ଭୋଉଣୀଙ୍କ ସହ । ତାଙ୍କୁ ମଧ୍ୟ କିଛି ଟଙ୍କା ଦିଆଯାଇଥିଲା ସାନ୍ତନା ମୂଳକ କିନ୍ତୁ ବ୍ଳକ ପ୍ରଶାସନ ଯୋଗାଇ ପାରୁନାହାନ୍ତି ଘର ଖଣ୍ଡେ । ମୋ ସରକାର ଯୋଜନା ବହୁ ଥିଲେ ମଧ୍ୟ ମୋହନା ବ୍ଳକର କୌଣସୀ ବ୍ଳକ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ଉପରେ ନାହିଁ ଭୟ । ତେଣୁ ଅଚଂଳବାସୀଙ୍କୁ ଦାବି ରହିଛି ମୋହନା ବ୍ଳକରେ କାର୍ଯ୍ୟରତ କରୁଥିବା ଆଜକୁ ୨ ରୁ ୩ ବର୍ଷ ହେଲା କର୍ମଚାରୀମାନଙ୍କୁ ଓ ଅସାଧୁ ବ୍ୟକ୍ତି ମାନଙ୍କୁ ତୁରନ୍ତ ନବକଳେବର କରାଯାଉ ବୋଲି ଦାବି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ