ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୬୦ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜୟନ୍ତୀ କମିଟି ସଭାପତି ଦାମୋଦର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରୀ ସଭାପତି ରାଜକିଶୋର ଜେନା ସଭାର କାର୍ଯ୍ୟ ଖସଡା ଅନୁଯାଇ ଆଲୋଚନା ଆରମ୍ଭ କରିଥିଲେ । ସମ୍ପାଦକ ମଦନମୋହନ ବେହେରା ପୂର୍ବ ସଭାର ବିବରଣୀ ପାଠ ସହ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ବୈଠକରେ ପ୍ରଥମକରି ଯୋଗଦେଇଥିବା କର୍ଣ୍ଣେଲ ଚକ୍ରଧର ସାହୁ, ରଘୁନାଥ ଦାସ, ଚିନ୍ମୟ ପ୍ରସାଦ ମହାନ୍ତି, ଅନ୍ନଦା ପ୍ରସାଦ ପରିଡା, ରବିନ୍ଦ୍ର ବାରିକ, ମୋ ସ୍କୁଲ ଅଭିଯାନର ସଭାପତି ରମେଶ ଚନ୍ଦ୍ର ପତି, ସୁବୋଧ କୁମାର ପରିଡା, ସାମ୍ବାଦିକ ପ୍ରମୋଦ ପ୍ରତାପ, ଚିତ୍ତରଞ୍ଜନ ଦାସ, ଅସୀତ ପଣ୍ଡା ପ୍ରମୁଖ ବହୁ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଳୟ ମଞ୍ଜରୀ ବେହେରା, ଶିକ୍ଷକ ପ୍ରତିନିଧି ବସନ୍ତ କୁମାର ପ୍ରଧାନ ବିଦ୍ୟାଳୟର ଶିକ୍ଷାଦାନ ସହ ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ କମିଟି ପକ୍ଷରୁ ନ୍ୟସ୍ତ ଦାୟୀତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ପ୍ରତିଶୃତି ଦେଇଥିଲେ । ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସୋସିଆଲ ମିଡିଆ ଜରିଆରେ ଯୋଡାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯଥା ଶୀଘ୍ର ଏକ ଜାତୀୟକରଣ ବ୍ୟାଙ୍କରେ ଏକ ସଂଚୟ ଖାତା ଖୋଳାଯିବାକୁ ରବୀନ୍ଦ୍ର ବାରିକଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ବିଦ୍ୟାଳୟର ନବୀକରଣ ଓ ସୈାନ୍ଧର୍ଯ୍ୟକରଣ ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ଭେଟି ବିଦ୍ୟାଳୟ ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର ପାଇଁ ଅନୁରୋଧ କରିବାକୁ ସ୍ଥିର କରାଗଲା । ପରବର୍ତ୍ତୀ ବୈଠକ ଆସନ୍ତା ଫେବୃୟାରୀମାସ ୧୪ତାରିଖରେ କରାଯିବାକୁ ସ୍ଥିର କରାଯାଇଥିଲା । ବୈଠକରେ ୪୫ଜଣ ପୁରାତନ ଛାତ୍ରବନ୍ଧୁମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପସଭାପତି ପ୍ରମୋଦ କୁମାର ସାହୁ, ଜୀତେନ୍ଦ୍ର ପ୍ରସାଦ ପାଗଳ, ନାରାୟଣ ରାଉତ, କୋଷାଧ୍ୟକ୍ଷ ବାନାମ୍ବର ସାହୁ, ନାରାୟଣ ସ୍ୱାଇଁ, ଭକ୍ତବନ୍ଧୁ ମିଶ୍ର, ସଂଗମକେଶରୀ ସାମଲ, ମାନସ କୁମାର ଦାସ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ । ଗଜେନ୍ଦ୍ର ନାଥ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ