କନ୍ଧମାଳରେ ପୁଣି ୩ କରୋନା ସଂକ୍ରମିତ ଚିହ୍ନଟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଲଗାତାର ପାଞ୍ଚ ଦିନ ଧରି କନ୍ଧମାଳ ଜିଲ୍ଲାରେ ନୂଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିବା ପରେ ରବିବାର ପୁଣି ୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଶେଷଥର ପାଇଁ ଗତ ୪ ତାରିଖରେ ଜିଲାରେ ଜଣେ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜିର ୩ ସଂକ୍ରମିତଙ୍କୁ ମିଶାଇ  ଜିଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫,୯୩୦ରେ ପହଂଚିଛି । ସେହିଭଳି ଚିକିତ୍ସାଧୀନ ରୋଗିଙ୍କ ସଂଖ୍ୟା ୮ହୋଇଛି। ଆଜି ସୁଦ୍ଧା ଜିଲ୍ଲାରେ  ୫,୮୮୯ ଜଣ ମହାମାରୀରୁ ସୁସ୍ଥ ହୋଇିଛନ୍ତି। ଜିଲ୍ଲାରେ କୋଭିଡରେ ଆକ୍ରାନ୍ତ ହୋଇ ଆଜି ପର୍ଯ୍ୟନ୍ତ ୩୩ ଜଣ ମୃତ୍ୟୁ ବରଣ କରିଛନ୍ତି।ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ପ୍ରଥମ ଥର ପାଇଁ ଜିଲାରେ ଜିରୋ ପଜିଟିଭ ରେକର୍ଡ କରାଯାଇଥିଲା । ସେହି ଦିନଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ମୋଟାମୋଟି ଭାବେ ଏବେ ଜିଲାରେ କୋଭିଡ ପ୍ରଭାବ ଆପାତତଃ ହ୍ରାସ ପାଉଥିବା ଅନୁମାନ କରାଯାଉଥିଲେ ବି ଜିଲା ସଂପୂର୍ଣ୍ଣ କରୋନା ମୁକ୍ତ ନ ହେବା ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ