ସଟ ସର୍କିଟ ଯୋଗୁଁ ଜଳିଗଲା ଘରୋଇ ଯାତ୍ରୀବାହୀ ବସ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ କଂଜାମେଣ୍ଡି -ଦାରିଙ୍ଗବାଡି ଛକ ଜାତୀୟ ରାଜପଥ ଏନଏଚ-୫୯ ରେ ଏକ ବସ ଭଞ୍ଜନଗର ଯିବା ପାଇଁ ଯାତ୍ରୀ ଷ୍ଟପେଜ ରେ ଥିବା ସମୟରେ ହଠାତ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି | ପ୍ରକାଶ ଯେ, ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏମ. ରାମପୁର ଠାରୁ ଭଞ୍ଜନଗର ଅଭିମୁଖେ ଯିବାବେଳେ ହଠାତ ବସରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇ ଥିବା ସୂଚନା ମିଳିଛି | ଖବର ପାଇ  ଘଟଣା ସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ବସରେ ନିଆଁ ଲାଗିବା ବିଷୟ ଯାତ୍ରୀ ଜାଣିବା ପରେ ସଙ୍ଗେ ସଙ୍ଗେ ବସରୁ ଓହ୍ଲାଇ ପଡ଼ିଥିଲେ, ଫଳରେ  ଅଳ୍ପକେ ଯାତ୍ରୀ ବର୍ତ୍ତି ଯାଇଥିଲେ l ଏ ନେଇ ବସ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଯାତ୍ରୀ ମାନଙ୍କର କୌଣସି କ୍ଷୟ କ୍ଷତି  ହୋଇନଥିବା ଜଣା ପଡ଼ିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ